।। ଆମ ପୋଲିସ ସମିତି ବୈଠକ ।।

Sep 6, 2025 - 13:29
 0  511
।। ଆମ ପୋଲିସ ସମିତି ବୈଠକ ।।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ସୀମାନ୍ତ ସୁଙ୍କି ଥାନା ଓ ପଟ୍ଟାଙ୍ଗି ଥାନା ଦ୍ୱାରା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି. ଯାହାକି ସୁଙ୍କି ଥାନା ଅଧିକାରୀ ଶ୍ରୀ ଚତୁର୍ଭୁଜ ନାୟକ ଓ ପ୍ରଭାତ ବେହେରା ଙ୍କ ତତ୍ୱାବଧାନ ରେ ହୋଇଥିଲା. ଶ୍ରୀ ନାୟକ କହିବାନୁ, ଓ ଶ୍ରୀ ବେହେରା କହିବାନୁଯାୟୀ ସାଧରଣ ଲୋକେ କିଭଳି ଭାବରେ ପୋଲିସ ର ନିକଟ ତର ହୋଇପାରିବେ ତାକୁ ନେଇ ସୁଙ୍କି ପୋଲିସ ଏବଂ ପଟ୍ଟାଙ୍ଗି ପୋଲିସ ତରଫରୁ ଏକ ଅଭିନବ ପ୍ରୟାସ କରିଛି, ତତ ସହିତ ନୂତନ କରି ଆସି ଥିବା ଆଇନ ବିଷୟରେ ପ୍ରାଞ୍ଜଳ ଭାବରେ ଲୋକଙ୍କ ପାଖରେ ଅବଗତ ଶ୍ରୀ ନାୟକ କରିଥିଲେ ଏବଂ ଯେ କୌଣସି ସମୟ ରେ ଆପତ୍ତି, ବିପତି କାଳେ ସଙ୍ଗେ ସଙ୍ଗେ ଫୋନ କରିବାକୁ ପରାମର୍ଶ୍ୱ ଦେଇଥିଲେ, ଏବଂ ସରକାର ଙ୍କ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ କହିଥିଲେତତ ସହିତ ପ୍ରତେକ ଲୋକ ବିନା ଲାଇସେନ୍ସ ରେ ମୋଟର ସାଇକେଲ ଚଳାଇବା ପାଇଁ, ଏବଂ ଛୋଟ ପିଲାଙ୍କୁ ମୋଟର ସାଇକେଲ ଚଳାଇବା ବାରଣ କରିବା ସହିତ ଲାଇସେନ୍ସ ନ ଥିବା ଲୋକ ସଙ୍ଗେ ସଙ୍ଗେ ନୂଆ ଲାଇସେନ୍ସ ଅନଲାଇନ ରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ. ପ୍ରକାଶ ଥାଉକି ଶୁଙ୍କି ପୋଲିସ ଦ୍ୱାରା ସୀମାନ୍ତ ତଳଗଲୁର ରେ ଆମ ପୋଲିସ ସମିତି ବୈଠକ ହୋଇଥିଲା ଏବଂ ପଟ୍ଟାଙ୍ଗି ପୋଲିସ ଦ୍ୱାରା ଚନ୍ଦକା ଗ୍ରାମ ପଂଚାୟତ ରେ ଆମ ପୋଲିସ ସମିତି ବୈଠକ ହୋଇଥିଲା.ଉକ୍ତ ସଭାରେ ସରପଞ୍ଚ ଶ୍ରୀ ମତୀ ବଲଦା ବଇ ନିଲାମା, ପୂର୍ବତନ ସରପଞ୍ଚ ବଲଦା ବଇ ପତି, ମୁଷୁରୀ ଗୁଣ୍ଡନା,ସମିତି ସଭ୍ୟ ସମେତ ସ୍ଥାନୀୟ ଅଂଚଳର ସାଧାରଣ ଲୋକେ, ତାହା ସହିତ 4ଟି ପଂଚାୟତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ମେମ୍ବର, ଗ୍ରାମର ଭଦ୍ର ବେକ୍ତି, ସମେତ ଭିଭିନ୍ନ ରାଜ ନୈତିକ ଦଳରେ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ. ଚନ୍ଦକା ସଭାରେ ଉପସ୍ଥିତ ଥିବା ପଟ୍ଟାଙ୍ଗି ଥାନା ଅଧିକାରୀ ପ୍ରଭାତ ବେହେରା, ସୁନାବେଡା ଥାନା ଅଧିକାରୀ, ସୁସୁମା କନାର, ଏସଡିପିଓ ସୁମିତ୍ରା ଜେନା ସୁନାବେଡା,ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ଗାଁ ରେ ଭଦ୍ର ବେକ୍ତି, ସାଧରଣ ଜନତା ପ୍ରମୁଖ ଉପସ୍ଥିତ ରହିଥିଲେ ।

କୋରାପୁଟ ତୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ