ଆଜି୬ ତାରିଖ ଠାରୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଆରମ୍ଭ: ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ, ମା’ଙ୍କ ଆଗମନକୁ ଅପେକ୍ଷା

May 5, 2025 - 21:18
 0  16
ଆଜି୬ ତାରିଖ ଠାରୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଆରମ୍ଭ: ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ, ମା’ଙ୍କ ଆଗମନକୁ ଅପେକ୍ଷା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କାର୍ଯ୍ୟ ପରିସମାପ୍ତ ଘଟିଛି। ମା'ଙ୍କ ଆଗମନ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ। ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ନିଷ୍ପତ୍ତି ଅନୁସାରେ, ମଇ ୬ ତାରିଖ ରାତ୍ରରେ ମା'ଙ୍କୁ ଆଣିବା ପାଇଁ ଘଟ ଧାରୀ ମାନେ ଘରୁ ବାହାରି ସ୍ଥାୟୀ ମନ୍ଦିରକୁ ଯିବେ। ଏହାପରେ ବିଳମ୍ବିତ ରାତ୍ର ମଧ୍ୟରେ ମା' ଅସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ l ଜୁନ ୫ ତାରିଖ ବିଳମ୍ବିତ ରାତିରେ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ l ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ମା' କନକଦୁର୍ଗା ନୁଆସାହି, ମା' ଡେଙ୍ଗସିଲ, ମା' ବରାଳଦେବୀ ଓ ମା' ମହାମାୟୀଙ୍କ ଠାରୁ ମା'ଙ୍କ ଆଜ୍ଞାମାଳ ମିଳିବା ପରେ ବାଜା ରୋଷଣୀରେ ସମଗ୍ର ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପ କୁ ଆସିବେ l ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଠାକୁରାଣୀ ଯାତ୍ରା କାଳରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି।ଏଥିରେ ମା ' ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ