ଅସମ୍ପୂର୍ଣ୍ଣ ଗଦାକୁଟି ଶଙ୍ଖ ନିର୍ମାଣ ଯୋଗୁଁ ଯାତାୟାତ ଠପ୍; କାଦୁଅରେ ଫସିଲା ‘ସାରଳା’ ବସ୍, ଦୁର୍ଦ୍ଦଶାରେ ରାଇକିଆ-ଦାରିଙ୍ଗାବାଡ଼ି ବାସିନ୍ଦା

Sep 26, 2026 - 13:52
 0  179
ଅସମ୍ପୂର୍ଣ୍ଣ ଗଦାକୁଟି ଶଙ୍ଖ ନିର୍ମାଣ ଯୋଗୁଁ ଯାତାୟାତ ଠପ୍; କାଦୁଅରେ ଫସିଲା ‘ସାରଳା’ ବସ୍, ଦୁର୍ଦ୍ଦଶାରେ ରାଇକିଆ-ଦାରିଙ୍ଗାବାଡ଼ି ବାସିନ୍ଦା

​ରାଇକିଆ (କନ୍ଧମାଳ): କନ୍ଧମାଳ ଜିଲ୍ଲା ରାଇକିଆରୁ ଦାରିଙ୍ଗାବାଡ଼ି ଯାଇଥିବା ମୁଖ୍ୟ ରାସ୍ତାର ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁର୍ଡିକୁପଡ଼ା ନିକଟସ୍ଥ ଗଦାକୁଟି ଶଙ୍ଖ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ବାଧ୍ୟହୋଇ ଏକ ଅସ୍ଥାୟୀ ବାଇପାସ୍ ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ​ତେବେ ଗତ ତିନି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଏହି ବାଇପାସ୍ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି। ଆଜି ‘ସାରଳା’ ନାମକ ଏକ ଯାତ୍ରୀବାହୀ ବସ୍ ଏହି କାଦୁଅ ରାସ୍ତାରେ ନିୟନ୍ତ୍ରଣ ହରାଇ ଗଭୀର ଭାବେ ଫସି ଯାଇଛି। ବସଟି ଫସିରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିବା ସହ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ​ସୂଚନାଯୋଗ୍ୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଶଙ୍ଖଟି ଦୀର୍ଘ ଦିନରୁ ନିର୍ମାଣ ଶେଷ ନହେବା ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ପ୍ରଶାସନିକ ଅବହେଳା ଯୋଗୁଁ ପ୍ରତିବର୍ଷ ବର୍ଷା ଦିନେ ଏଠାରେ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ଏହି ଶଙ୍ଖ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ବାଇପାସ୍ ରାସ୍ତାକୁ ମରାମତି କରିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ