।। ଅଭୟାରଣ୍ୟ ରେ ଗଛ କାଟୁଥିବା ବେଳେ ପାଞ୍ଚ ଗିରଫ ।।

Jul 21, 2024 - 11:34
 0  20
।। ଅଭୟାରଣ୍ୟ ରେ ଗଛ କାଟୁଥିବା ବେଳେ ପାଞ୍ଚ ଗିରଫ ।।

ମୟୁରଭଞ୍ଜ ତା:-୨୧/୦୭/୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା)ଶିମିଳିପାଳ ଅଭୟାରଣ୍ୟ ରେ ଗଛ କାଟୁଥିବା ବେଳେ ପାଞ୍ଚ ଜଣଙ୍କୁ ଗିରଫ କରିଛି ବନ କର୍ମଚାରୀ। ଶିମିଳିପାଳ ଅଭୟାରଣ୍ୟ ର ଗୁଡୁଗୁଡିଆ ରେଞ୍ଜର ଏକତାଳି ବିଟ ହାଉସ୍ ପାଖ ଜଗଂଲ ରେ କିଛି ଦୁବୃର୍ତ୍ତ କିଛି ବଡ଼ ବଡ଼ ଗଛ କୁ କାଟି ପଟା ବାହାର କରୁଥିଲେ , ଏହି ସମୟରେ ଖବର ପାଇ ଶିମିଳିପାଳ ର ସ୍ପେସାଲ ଟିମ୍ ପହଞ୍ଚି କାଠ ଗଣ୍ଡି କୁ ଜବତ୍ କରିବା ସହ ଦୁବୃର୍ତ୍ତ ଙ୍କୁ ଗିରଫ କରିଛନ୍ତି, ଗିରଫ ବ୍ୟକ୍ତି ମାନେ ହେଲେ ରାଜମା ଟୁଡୁ, ଗୋପିନାଥ ପାତ୍ର,ସୁକାନ୍ତ ସାହୁ ,ମଙ୍ଗଲ ମାରାଣ୍ଡି,ନେନି ସୋରେନ,। ଗିରଫ ସମସ୍ତ ବ୍ୟକ୍ତି ମାନେ ସେହି ଗୁଡୁଡୁଡିଆ ରେଞ୍ଜର ଏକତାଳି ଗାଁ ରେ। ଅଭୟାରଣ୍ୟ ଭିତରେ ଗଛ କାଟିବା ଧତବ୍ୟ ଅପରାଧ ଯୋଗୁଁ ଗିରଫ ବ୍ୟକ୍ତି ଙ୍କ ନାମରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି। ସେମାନଙ୍କ ଠାରୁ ପାଞ୍ଚଟି ବିଶାଳ ଚମ୍ପା ଗଛ ଗଣ୍ଠି, ଗୋଟିଏ ବଡ଼ କରତ ଏବଂ ପାଞ୍ଚ ଟି କୁରାଢି ଜବତ୍ କରାଯାଇଥିବା ଶିମିଳିପାଳ ଉପ ନିର୍ଦ୍ଦେଶକ ସାଇ କିରୋନ ସୁଚନା ଦେଇଛନ୍ତି।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ