।। ଅଗ୍ନି ବିପର୍ଯ୍ୟୟଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବନେତା ମହେଶ୍ୱର ଧଳ ।।

Nov 6, 2024 - 16:27
 0  12
।। ଅଗ୍ନି ବିପର୍ଯ୍ୟୟଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବନେତା ମହେଶ୍ୱର ଧଳ ।।

କେନ୍ଦ୍ରାପଡା ଜିଲ୍ଲା, ରାଜନଗର ବ୍ଲକ, ଘଡିଆମାଳ ଗ୍ରାମ ପଞ୍ଚାୟତ, ଦାରୁଓରା ଗ୍ରାମର ଉମେଶ ସ୍ଵାଇଁଙ୍କ ଘର ରବିବାର ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ କୌଣସି କାରଣରୁ ଅଗ୍ନି କାଣ୍ଡ ଘଟି ୪ ବଖରା ଘର ପୋଡିଯିବା ସହ ଲକ୍ଷାଧୂକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ଏହାର ଖବର ପାଇ ୩୧ ନଂ ଜୋନ୍-ରାଜନଗର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀ ମହେଶ୍ୱର ଧଳଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ ସାଙ୍ଗକୁ ପାଲ, ବେଡ୍ସିଟ୍ ଦେବା ସହିତ ଭଲ ମନ୍ଦ ପଚାରି ବୁଝିଥିଲେ ଏଥି ସହିତ ଆଗାମି ଦିନରେ ଯୁବ ନେତା ମହେଶ୍ୱର ଧଳଙ୍କ ପକ୍ଷରୁ ଯାହା ବି କିଛି ସାହାଯ୍ଯ ସହଯୋଗ ହୋଇପାରିବ ଆଗାମି ଦିନରେ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ.. ଏହି କାର୍ଯ୍ୟ ରେ ଯୋଗ ଦେଇଥିଲେ, ସରୋଜ କୁମାର ଦାସ, ଶଙ୍କର କୁଣ୍ଡ, ପ୍ରକାଶ ସ୍ୱାଇଁ, ନିର୍ମଳ ମଲ୍ଲିକ୍ ଙ୍କ ସହିତ ଘଡ଼ିଆମାଳ ଗ୍ରାମର କିଛି ଗୁରୁଜନ ମାନେ ମଧ୍ଯ ଯୋଗ ଦେଇଥିଲେ ।ଆଉ ଏଠିକାର ଲୋକଲ୍ ନେତାମାନଙ୍କ ସହିତ ପ୍ରଶାସନକୁ ବି ଅନୁରୋଧ କରିଛନ୍ତି ଯେ ଉମେଶ ସ୍ୱାଇଁଙ୍କୁ ସରକାରୀ ସାହଯ୍ୟ ଯଥାଶୀଘ୍ର ଦିଆଯାଉ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ