୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଯାତାୟାତ ଠପ୍‌

Jul 20, 2025 - 23:53
 0  12
୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଯାତାୟାତ ଠପ୍‌

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି। ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି l ସୂଚନାନୁଯାୟୀ, ଏକ ପିଚୁ ବୋଝେଇ ଟ୍ୟାଙ୍କର ବୁଲାଣି ରାସ୍ତାରେ ବୁଲାଇ ନ ପାରି ସିଧା ଯିବାକୁ ଚେଷ୍ଟା କରିଥିଲା, ଫଳରେ ଖସିଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ଟ୍ୟାଙ୍କରଟି ରକ୍ଷା ପାଇଯାଇଥିଲା। କିନ୍ତୁ ଏହା ଫସି ରହିଥିବାରୁ ଘାଟି ରାସ୍ତାର ଉଭୟ ପାଖରେ ବହୁ ଛୋଟ, ବଡ଼ ଗାଡି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ପର୍ଯ୍ୟଟକ ମାନେ ପରିବାର ସହ ଘାଟି ଓ ଜଙ୍ଗଲ ମଧ୍ୟରେ ଭୋକ ଉପାସରେ ଫସି ରହିଥିବା ଜଣାପଡିଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ