।। ହାଡଖୁର୍ସି ଗ୍ରାମ ଜଙ୍ଗଲ ପଡା ରାସ୍ତା ଳାଗି ଭୋଗୁଛନ୍ତି ଯନ୍ତ୍ରଣା ପଡାବାସୀ ।।

Jul 19, 2024 - 19:01
 0  149
।। ହାଡଖୁର୍ସି ଗ୍ରାମ ଜଙ୍ଗଲ ପଡା ରାସ୍ତା ଳାଗି ଭୋଗୁଛନ୍ତି ଯନ୍ତ୍ରଣା ପଡାବାସୀ ।।

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଟାଉନ ସହର ଠାରୁ ମଧ୍ୟ ଆହୁରି ଉନ୍ନତ ମାନର ଜୀବନ ଯାପନ କରୁଥିବା ଭଳି ମନେ ହୁଏ,ଏହି ଅଞ୍ଚଳରେ ଲୋକଙ୍କ ପାଇଁ ଗମନାଗମନ ସୁବିଧାରେ ଏତେ ଉନ୍ନତ ହୋଇଛି ଯେ କହିଲେ ନସରେ, ଏବେ ଆଉ ଲୋକମାନେ ଅସୁବିଧା ଭୋଗୁନଥିବା ଭଳି ଆପଣ ମାନେ ଭାବୁଥିବେ। ରାଜ୍ଯରେ କେଉଁ ସରକାର ଶାସନ କରୁଥିଲେ ଯେ ଲୋକେ ସବୁପ୍ରକାର ସୁବିଧା ପାଇଛନ୍ତି। ହଁ ଆଜ୍ଞା ଆମେ କହୁନାହୁଁ ଏହି ଚିତ୍ରକୁ ଥରେ ଦେଖନ୍ତୁ ସେମାନେ କଣ କହୁଛନ୍ତି ଆଉ ଆମ ସାମ୍ମାକୁ ଆସିଛି ଏହି ଚିତ୍ର ଆମେ ଜାଣିବାକୁ ପାଇଲୁ ଯେ ବୋଧହୁଏ ନବୀନ ସରକାରଙ୍କ ଶାସନ କାଳରେ ହିଁ ଏହି ପ୍ରକାର ସବୁ ସୁବିଧା ସୁଯୋଗ ପାଇଥିବା ଜଣାପଡୁଛି, ତେବେ ଆସନ୍ତୁ ଜାଣିନେବା ଏହା ହେଉଛି ଆମ ଓଡିଶା ନବୀନ ଓଡିଶାର ବିକଳ ଚିତ୍ର। ନବୀନ ସରକାରଙ୍କ ଦୀର୍ଘ ଦିନର ଶାସନ କାଳ ମଧ୍ୟରେ ଏହି ଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି କି ଏବେ ମଧ୍ୟ ମୌଳିକ ସୁବିଧା ଅପହଞ୍ଚ ରହିଛି ଯାଇଛି। ତେବେ ଜାଣିନେବା ଏହି ଦୃଶ୍ୟ କେଉଁ ସ୍ଥାନର ଏ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଳକ ଗୁଣୁପୁର ପଞ୍ଚାୟତ ହାଡଖୁର୍ସି ଜଙ୍ଗଲ ପଡାର। ଜଙ୍ଗଲ ପଡାକୁ ଭଲ ରାସ୍ତା ଖଣ୍ତେ ଯୋଗାଇ ପାରିଲେ ନାହିଁ ସରକାର, ପଡାବାସୀ ପ୍ରାୟତଃ ଏହି ବର୍ଷା ସମୟରେ ହିଁ ଅଧିକ କଷ୍ଟ ଭୋଗୁଥିବା ଜଣାଯାଏ। ଲୋକମାନେ ଏହି ମାଟିକାଦୁଅ ରାସ୍ତାରେ ନିତିଦିନ ଚଳପ୍ରଚଳ କରୁଥିବା ବିଷୟ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲୋକ ଗର୍ଭବତୀ, ଗୁରୁତର ରୋଗୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କାର୍ଯ୍ଯରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଆଉ କେତେ ବର୍ଷ ଶାସକ ଦଳ ମାନେ ଶାସନ କରିବେ ତେବେ ଯାଇ ଅଞ୍ଚଳର ଗମନାଗମନ ସୁବିଧା କରାଯିବ ସେନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପ୍ରସାରଣ ହେବା ପରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଚେଇଁ ଉଠିବେ ନା ସେମିତି ଚୂପଚାପ ରହିଯିବେ ତାହା ସମୟ ହିଁ କହିବ।

ଥୁଆମୁଳ ରାମପୁର ବ୍ଳକରୁ ବାଲେଶ୍ୱର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ