ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା-ତଥା ପ୍ରଶିକ୍ଷଣ ଶିବିର

Mar 20, 2025 - 20:05
 0  28
ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା-ତଥା ପ୍ରଶିକ୍ଷଣ ଶିବିର

ବାରିପଦା ତା ୨୦-୦୩-୨୦୨୫ ରିଖ ସୂଚନା ଅଧିକାର ଆଇନର ୨୦୦୫ର ଅଧିନିୟମ ୪(୧)(ବି ) ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ଵୟନ ଉଦେଶ୍ୟରେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସକରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶ ଓ ମାର୍ଗ ଦର୍ଶୀକା ଅନୁଯାୟୀ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍କା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉକ୍ତ ଜିଲ୍କା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଶୋଇ ତହସିଲଦାର ଶ୍ରୀ ସତ୍ୟବାନ ନାୟକ, ଆର ଟି ଆଇ ର ବିଶାରଦ ଶ୍ରୀ ରଶ୍ମି ରଞ୍ଜନ ରାଉତ,ଜିଲ୍ଲା ସଂଯୋଜକ ଶ୍ରୀ କ୍ରିଷ୍ଣାନ୍ଦୁ ବିକାଶ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାକୁ ଉଦଘାଟନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ କହିଥିଲେ କି ସ୍ୱଚ୍ଛ ଓ ନିରପେକ୍ଷ ଶାସନ ନିମନ୍ତେ ସୂଚନା ଅଧିକାର ଆଇନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିପରି ସମ୍ମାନିତ ଅତିଥି ଶ୍ରୀ ନାୟକ,ସୂଚନା ଅଧିକାର ଆଇନ ରେ ଅଧିକାରୀ ମାନେ ଆବେଦନ କାରୀଙ୍କୁ ସକାରାତ୍ମକ ମନଭାବ ରଖି ସୂଚନା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗରୁ ୧୦୦ ରୁ ଉର୍ଦ୍ଧ ଜନସୂଚନା ଅଧିକାରୀ/ପ୍ରଥମ ଅପିଲ କତୃପକ୍ଷ ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ୱର ଲୁମିନିୟସରୁ ଆସିଥବା ସୂଚନା ଅଧିକାର ଆଇନର ବିଶାରଦ ତଥା ରାଜ୍ୟ ସାଧନ ବ୍ୟକ୍ତି ଶ୍ରୀ ରଶ୍ମି ରଞ୍ଜନ ରାଉତ ଉକ୍ତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଶେଷ କରି ସୂଚନା ଅଧିକାର ଆଇନ ୨୦୦୫ ଅଧିନିୟମ ୪(୧)(ବି )ଅନ୍ତର୍ଗତ ୧୭ ପଏଣ୍ଟସ ପ୍ରୋଆକ୍ଟିଭ ଡିସକ୍ଲୋଜର ସମସ୍ତ ଆନୁସଙ୍ଗିକ ତଥ୍ୟର ଅପଡେସନ ସହିତ ଆର ଟି ଆଇ ପୋର୍ଟାଲ ରେ ଏହାକୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅପଲୋଡ଼ କରିବା, ଅନଲାଇନ ପ୍ରକ୍ରିୟା ରେ ଆବେଦନ ପତ୍ରଗ୍ରହଣ, ନିର୍ଧାରିତ ସମୟସୀମା ମଧ୍ୟରେ ଆବେଦକାରୀଙ୍କୁ ସୂଚନା ପ୍ରଦାନ, ଆବଶ୍ୟକ ସ୍ଥଳେ ଆବେଦନକାରୀଙ୍କ ଆବେଦନ ପତ୍ରକୁ ଅନ୍ୟ ବିଭାଗର ସମ୍ପୃକ୍ତ ଜନ ସୂଚନା ଅଧିକାରୀଙ୍କୁ ଟ୍ରାନ୍ସଫର କରିବା, କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ସମ୍ଭନ୍ଧିତ ଆର୍ଥିକ ଦେଣନେଣ ର ହିସାବ ରଖିବା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ଖାତା ଖୋଲିବା ଓ ଏହାର ସଠିକ ପରିଚାଳନା ସର୍ବୋପରି ସୂଚନା ଅଧିକାର ଆଇନ ସମ୍ପର୍କୀତ ଆବେଦନ ପତ୍ରର ସମ୍ପୂର୍ଣ୍ଣ ବାର୍ଷିକ ବିବରଣୀ ଅନଲାଇନ ଜରିଆରେ କିପରି ଦାଖଲ ହେବ ସେ ସମ୍ପର୍କରେ ବିଶଦ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶ୍ନ ଉତ୍ତର ଅଧିବେଶନ ରେ ପ୍ରଶିକ୍ଷାର୍ଥୀ ମାନେ ଆବେଦନ ପତ୍ରର ଉତ୍ତର ଦେବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା, ପ୍ରତିବନ୍ଧକ ବାବଦରେ ପଚାରି ନିଜ ନିଜ ସନ୍ଦେହ ଦୂର କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି କର୍ମଶାଳାର ସଫଳତା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି କାର୍ଯ୍ୟକ୍ରମକୁ କେବଳ ପ୍ରଶିକ୍ଷଣ ଶିବିର ଭାବେ ବିବେଚନା ନକରି ବରଂ ଏକ ପ୍ରେରଣାଦାୟୀ କର୍ମଶାଳା ଭାବେ ଗ୍ରହଣ କରି ଜିଲ୍ଲାର ସମସ୍ତ ଅଧିକାରୀ ବୃନ୍ଦ ଉତ୍ସାହର ସହିତ ଏହି ଅପଡେସନ କାର୍ଯ୍ୟକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ନିଜ ସ୍ତରରେ ସମ୍ପୂର୍ଣ୍ଣ କରିବେ ବୋଲି ଆଶା ପୋଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବା ଉଦେଶ୍ୟ ନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଶ୍ରୀକାନ୍ତ ବେହେରା, ଲଳିତ ରଞ୍ଜନ ନାଏକ, ମିସ ଛିଟା ସୋରେନ, ଶିବ ଶଙ୍କର ଦତ୍ତ ଓ ରବି ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ