ସରକାରୀ ଏସ.ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟ କୋଟେନଛୁଆଁରେ ବାର୍ଷିକ ଉତ୍ସବ ପାଳିତ

Feb 9, 2025 - 20:56
 0  9
ସରକାରୀ ଏସ.ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟ କୋଟେନଛୁଆଁରେ ବାର୍ଷିକ ଉତ୍ସବ ପାଳିତ

ନୂଆପଡା : ସଦର ବ୍ଲକ କୋଟେନଚୁଆଁ ସ୍ଥିତ ସରକାରୀ ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟ କୋଟେନଛୁଆଁ ର ବାର୍ଷିକ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ନୂଆପଡା ଶ୍ରୀଯୁକ୍ତ ମଧୁସୂଦନ ଦାଶ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗୀତା ମାନଙ୍କରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ଦାସ ଏବଂ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଭରତଲାଲ ରାଉତ ଜିଲ୍ଲାପରିଷଦ ସଭ୍ୟ, ଶ୍ରୀଯୁକ୍ତ ଦିପ୍ତିମନ୍ତ ଭୋଇ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀଯୁକ୍ତ ସଞ୍ଜୟ କୁମାର ଭୋଇ ଉପ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀଯୁକ୍ତ ଦୁର୍ବାସା ରାଉତ ଉପସଭାପତି ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉତ୍ସବରେ ଶିକ୍ଷୟିତ୍ରୀ ବିନୋଦିନୀ ନାଏକ ଏବଂ ଶିକ୍ଷକ ସଞ୍ଜୟ କୁମାର ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଜୟକୃଷ୍ଣ ପ୍ରଧାନ, ଜଗଦିଶ ଶବର, ଦୁଲାରି ସିଂ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ଶିକ୍ଷୟିତ୍ରୀ ସରିତା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଭାବେ ମାନସ ପାଣ୍ଡେ ଚନ୍ଦନ ଦାସ, ହେମନ୍ତ ଜଗତ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ