।। ସମସ୍ୟା ଘେରରେ ହୁଲୁକାତୁଣ୍ଡା ଓ ମେଲେକା ତୁଣ୍ଡା ଗ୍ରାମ ।।

Jun 18, 2024 - 07:03
 0  12
।। ସମସ୍ୟା ଘେରରେ ହୁଲୁକାତୁଣ୍ଡା ଓ ମେଲେକା ତୁଣ୍ଡା ଗ୍ରାମ ।।

ଲକ୍ଷ୍ମୀପୁର ୧୮/୦୬ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ କୁ ଲାଗିକି ରହିଛି ରାୟଗଡ଼ା ଜିଲ୍ଲା ନାକ୍ଟି ପଞ୍ଚାୟତର ମେଲେକା ତୁଣ୍ଡା ଓ ହୁଲୁକା ତୁଣ୍ଡା ଗ୍ରାମ।ମେଲେକା ତୁଣ୍ଡା ଗ୍ରାମରେ ୬୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ହୁଲୁକା ତୁଣ୍ଡା ଗ୍ରାମରେ ୧୦୦.ରୁ ଉର୍ଦ୍ଧ ଘର ରହିଛି। ସେହି ଦୁଇଟି ଯାକ ଗ୍ରାମ ଗୋଟିଏ କିଲୋମିଟର ବ୍ୟବଧାନ ମଧ୍ୟରେ ଥିବା ବେଳେ ପଞ୍ଚାୟତ ହେଡ କ୍ୱାଟର୍ ର ଦୂରତା ୩୦ କିଲୋମିଟର୍ ଓ ଜିଲ୍ଲା ହେଡ଼ କ୍ୱାଟର ର ଦୂରତା ୪୫ କିଲୋମିଟର ପଡ଼ୁଛି। ସେମାନେ ପି ଡି ଏସ ଚାଉଳ ଆଣୀଯିବାକୁ ହେଲେ l ଗୋଟିଏ ବଡ଼ ପାହାଡ଼ିଆ ବାଟରେ ସେମାନେ ପ୍ରାୟ ୨୦ କିଲୋମିଟର୍ ଯାତ୍ରା କରନ୍ତି l ଏବଂ ସେମାନେ ସକାଳେ ଚାଉଳ ପାଇଁ ଗଲେ ଫେରିବା ବେଳେ ସନ୍ଧ୍ୟା ହେଇଯାଉଛନ୍ତି l ଏହି ପରି ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏବଂ ସେହି ଦୁଇଟି ଗ୍ରାମରେ ଵୃନ୍ଧା ବାପା ଓ ମାଆ ମାନେ ୬୦ ବର୍ଷ ହେଇଗଲା ପରେବି ଅଧିକାଂଶ କେତେ ଲୋକ ଭତ୍ତା ପାଉନାହାଁନ୍ତି l ଏଥିସହ ଆହୁରି ଅନେକ ସମସ୍ୟା ରହିଛି।ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନାହିଁ। ମାସ ମାସ ଧରି କୌଣସି ଅଙ୍ଗନବାଡି କର୍ମୀଙ୍କ ଦେଖା ମିଳେ ନାହିଁ। ଏହି ଦୁଇଟି ଗ୍ରାମର ଲୋକେ କେବଳ କୈଣସି ସରକାରୀ କାର୍ଯ୍ୟ ରେହିଁ ରାୟଗଡ଼ା ଯାଆନ୍ତି l ରାୟଗଡ଼ା ଜିଲ୍ଲା ଛାଡ଼ି ଦେଲେ ବାକି ସମସ୍ତ କାମ ପାଇଁ ପଡୋଶୀ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ ଉପରେ ନିର୍ଭର କରନ୍ତି।ଗ୍ରାମରେ କାହାରି ଦେହ ଖରାପ ହେଲେ ଜିଲ୍ଲା ହେଡ୍ କ୍ୱାଟର୍ ଦୂର ପଡୁଥିବାରୁ ପାଖରେ ଥିବା ବନ୍ଧୁଗାଁ ବ୍ଲକ୍ ର କୁମ୍ଭାରିପୁଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି l ଏହିପରି ବାର୍ ବାର୍ ସମସ୍ୟା ବିଷୟରେ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ ଆମ ଦୁଃଖ ଶୁଣିବାକୁ କାହାରି ପାଖରେ ସମୟ ନଥିବା ବେଳେ ବର୍ତ୍ତମାନ ତିନି ମାସର ମାହାଳିଆ ଚାଉଳ ଗ୍ରାମବାସୀ ପାଇ ନଥିବା ଅଭିଯୋଗ କରିଛନ୍ତି।ଏହି ଦୁଇଟି ଗ୍ରାମର ଭାଗ୍ୟ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନର ନଜର ପଡିବା ନିହାତି ଦରକାର ହୋଇପଡିଛି।ନଚେତ୍ ରାୟଗଡ଼ା ପରିବର୍ତ୍ତେ ଆମକୁ କୋରାପୁଟ ଜିଲ୍ଲାରେ ମିଶାଇଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଏବଂ ସେଠାରେ ଉପସ୍ଥିତ ଥିଲେ ୧-ସଦା ମେଲେକା ୨- ବାସ୍କର ମେଲେକା ୩- ଆସୁଦୁ ମେଲେକା ୪- ମାଲିୟା ମେଲେକା ୫- ରଜମେ ସାରାକା ୬- ମିନ୍ଦୁ ମେଲେକା ୭- ଜାମ୍ବୁଲି ମେଲେକା ୮- ଟିକ୍ମ ମେଲେକା ପ୍ରମୁଖ ସମସ୍ତେ ପ୍ରକାଶ କରିଛନ୍ତି l

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ