ସପ୍ତମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ମା' ଙ୍କ ଆଗମନ ଶ୍ରୀ ଜଗନ୍ନାଥ ଙ୍କ ପାଖକୁ: ଶତାଧିକ ଭକ୍ତଙ୍କ ସମାଗମ

May 13, 2025 - 05:12
 0  16
ସପ୍ତମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ମା' ଙ୍କ ଆଗମନ ଶ୍ରୀ ଜଗନ୍ନାଥ ଙ୍କ ପାଖକୁ: ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, ତା, ୧୨/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ସପ୍ତମ ଦିନରେ ପହଞ୍ଚି ଥିବା ବେଳେ ସୋମବାର ଚତୁର୍ଥ ନଗର ଭ୍ରମଣ ଆରମ୍ଭ ହୋଇଥିଲା l ଏହା ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ଅସ୍ଥାୟୀ ପୀଠ ରେ ମା 'ପାଟଖଣ୍ଡା ଙ୍କ ସମେତ ମା' କନକ ଦୁର୍ଗା, ମା' ଡେଙ୍ଗସିଲ, ମା' ବରାଳଦେବୀ, ମା' ମହାମାୟୀ ଓ ମା' ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ସୋମବାର ସପ୍ତମ ଦିନରେ ମା' ଙ୍କ ଆଗମନ ଶ୍ରୀ ଜଗନ୍ନାଥ ଙ୍କ ପାଖକୁ ହୋଇଛି, ଏହି ପରିପ୍ରେକ୍ଷୀରେ ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଣି ସମଗ୍ର ମନ୍ଦିର ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆର ରେ ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ସହ ବାଜା ବଜାଇ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ଜାତୀୟ ରାଜପଥ ଦେଇ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ପୂଜା ମଣ୍ଡପ ରେ ପହଞ୍ଚି ଥିଲେ l ଉକ୍ତ ପୂଜା ମଣ୍ଡପ ରେ ମନ୍ଦିର ପରିସରକୁ ଆସିଥିବା ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା' ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଜୀବନାନନ୍ଦ ମହାରଣା, ଲୋକନାଥ ପାଢ଼ୀ, ଲଳିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ, ମଙ୍ଗଳବାର ଖଜୁରିନାଳ ସାହି ବାସିନ୍ଦା ମା' ଙ୍କୁ ପାଛୋଟି ଆଣୁ ଥିବାର କାର୍ଯ୍ୟକ୍ରମ ରହିଛି l ଏ ନେଇ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତ ଙ୍କୁ ବେଶ ଖୋରାକ ଯୋଗାଉଛି l ଠାକୁରାଣୀ ଯାତ୍ରା କାଳରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।ଏଥିରେ ମା ' ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଙ୍କ ସମେତ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ