ଶାରିରୀକ, ମାନସିକ ଓ ଯୌତୁକଜନିତ ନିର୍ଯାତନା ନେଇ ବିବାହିତା ମହିଳା ସ୍ଵାମୀଙ୍କ ନାମରେ ଥାନାରେ ଅଭିଯୋଗ

Dec 7, 2024 - 19:18
 0  132
ଶାରିରୀକ, ମାନସିକ ଓ ଯୌତୁକଜନିତ ନିର୍ଯାତନା ନେଇ ବିବାହିତା ମହିଳା ସ୍ଵାମୀଙ୍କ ନାମରେ ଥାନାରେ ଅଭିଯୋଗ

କଳାହାଣ୍ଡି ,୦7/୧୨-(ମକୁନ୍ଦ ନାଏକ ) :- ସ୍ବାମୀସ୍ତ୍ରୀର ପବିତ୍ର ସଂପର୍କ ନେଇ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମ ପାଇଁ ରହିବା ପାଇଁ ଉଭୟ ଉଭୟେ ଙ୍କ ପ୍ରତିଶ୍ରୁତି ଦିଅନ୍ତି। ଏଭଳି ଦାମ୍ପତ୍ୟ ଜୀବନର କାହାର ଅକାଳରେ ଚଡକ ପଡି ଜୀବନ ଆକାଶେ କଳାବାଦଳ ଛାଇଯାଏ ଓ ଜୀବନ ଅନ୍ଧକାର ମୟ ହୋଇଥାଏ। ଏଭିଭଳି କେତେକାଂଶରେ ଶାରିରୀକ, ମାନସିକ, ଯୌତୁକ ଭଳି ଯନ୍ତ୍ରଣା ପାଇ ବିବାହିତା ମହିଳାଙ୍କର ଦାମ୍ପତ୍ୟ ଜୀବନରେ ଘଟିବା କାରଣରୁ ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ ବୁଧବାର ଦିନ ଜଣେ ୬ ମାସର ବିବାହିତା ମହିଳାଙ୍କୁ ଶାରିରୀକ, ମାନସୀକ ଓ ଯୌତୁକ ଜନିତ ନିର୍ଯାତନା ସ୍ବାମୀ ଦେଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର କୁମର ନାଏକଙ୍କ ଝିଅ କସ୍ତୁରୀ ନାଏକ (୨୬) ନାମ୍ନୀ ଜଣେ ଯୁବତୀ ଗତ ୬ ମାସ ତଳେ କାଶୀପୁର ଥାନା ଅନ୍ତର୍ଗତ ପୋ - ଅଡାଜୋର୍, ଗ୍ରାମ - ପର୍ଲାଜୋର୍ ର ମାଁ - ଚିନା ନାଏକଙ୍କ ପୁଅ ନକୁଳ ନାଏକ ଙ୍କୁ ପ୍ରେମ ବିବାହ କରିଥିଲେ I ବିବାହର କିଛି ମାସ ବହୁତ ସୁନ୍ଦର ଭାବରେ ତାଙ୍କ ଦାମ୍ପତ୍ୟ ଜୀବନ ଅତିବାହିତ ହୋଇଥିଲା। କିନ୍ତୁ ଏହାର କିଛିମାସ ଅନ୍ତେ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। କସ୍ତୁରୀଙ୍କ ଲିଖିତ ଅଭିଯୋଗରୁ ଜଣାପଡିଛି ପ୍ରଥମେ ଯୌତୁକ, ମାନସିକ, ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀ ଓ ଶାଶୂ ଶାରିରୀକ ନିର୍ଯ୍ୟାତନା (ଜୀବନ ରୁ ମାରିଦେବାକୁ ଧମକ) ଦେବା ସହ ଘରୁ ବାହାର କରିଦେଇଥିଲେ l ଶେଷରେ ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସ୍ଵାମୀଙ୍କ ଭାଇ ଝିଅଙ୍କୁ ଗାଁ ଦାଣ୍ଡରେ ଛାଡ଼ି ପଳେଇ ଗଲେ l ପରେ ଗରିବ ଅସହାୟ କୁମରଙ୍କ ଝିଅ କସ୍ତୁରୀ ନ୍ୟାୟ ପାଇବା ଆଶାରେ ଆଇନ ଆଶ୍ରୟ ନେବାକୁ ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ଥୁଆମୂଳ ରାମପୁର ଥାନା କେସ ନଂ ୧୯୧/୨୪ ରେ ଏକ ମାମଲା ରୁଜୁ କରି ଏସଆଇ ରଶ୍ମିରଞ୍ଜନ ବାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ବୁଦ୍ଧିଜୀବୀଙ୍କ ମହଲରେ ଗରିବ ଅସହାୟ ଝିଅଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୋଲିସ ବିଭାଗକୁ ଅନୁରୋଧ କରିଥିବା ଜଣାପଡିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ