।। ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ ।।

Mar 4, 2024 - 11:52
 0  137
।। ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି।ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଘଠନ ତରଫରୁ ଜାତୀୟ ରାଜପଥ ୩୨୬ କୁ ଅବରୋଧ କରାଯାଇ ରାସ୍ତାରେ ଟାୟାର ଜାଳି ପରିଷଦ ସଦସ୍ୟ ମାନେ ବିଭିନ୍ନ ନାରାବାଜି ଦେଇଥିଲେ।ବର୍ତ୍ତମାନ ରାୟଗଡା ଠାରୁ କୋରାପୁଟକୁ ସଂଯୋଗ କରୁଥିବା 326 ନମ୍ୱର୍ ଜାତୀୟ ରାଜପଥ ରେ ଗାଡି ଚଳା ଚଳ ସମ୍ପୂର୍ଣ ଠପ ହୋଇଯାଇଛି। ସବଡ଼ିଭିଜନ ଦାବିକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁର ବ୍ଲକ୍ ସଦର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଦୀର୍ଘ ୬ବର୍ଷ ରୁ ଉର୍ଧ୍ଵ ହେଲା ସବଡ଼ିଭିଜନ ସକାଶେ ଦାବି କରାଯାଇଥିଲା କିନ୍ତୁ ରାଜ୍ୟ ସରକାର କର୍ଣ୍ଣ ପାତ କରୁନଥିବା କାରଣରୁ ଆଜି ରାଜରାସ୍ତା କୁ ଓଲ୍ଲାଇବାକୁ ପଡ଼ିଲା ବୋଲି ବିକାଶ ପରିଷଦ ତରଫରୁ କୁହା ଯାଇଛି।ଗତ କିଛି ଦିନ ତଳେ ରାଜ୍ୟ ୩୫ଟି ଏନଏସି ଘୋଷଣା ହୋଇଥିବା ବେଳେ କୋରାପୁଟ ର ବୋରିଗୁମା ବ୍ଳକ କୁ ଏନଏସି ର ମାନ୍ୟତା ଦିଆଗଲା, କିନ୍ତୁ ଏଠି ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ଅନୁଷ୍ଠାନ ରହିଥିଲେ ମଧ୍ୟ ଲକ୍ଷ୍ମୀପୁର କୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ ନକରିବା ଦୁଃଖର ବିଷୟ ବୋଲି କୁହାଯାଇଛି।ଆଜି ଏହି ବନ୍ଦ କାରଣରୁ ଲକ୍ଷ୍ମୀପୁର ଠାରେ ରେ ସହ ସହ ଗାଡି ଅଟକ ରହିଛି।

 ଲଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ