।। ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ ।।

Jun 16, 2024 - 22:52
 0  16
।। ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ ।।

ରାୟଗଡ଼ା: ତା : ୧୬/୦୬/୨୪ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ରାୟଗଡ଼ା ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ଠକରବାପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ବ୍ଳକ ସଭାନେତ୍ରୀ ଅମ୍ବିକା ନୀଳଗିରିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନର ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖା କୁ ବିରୋଧ କରିବା ସହ ନୂତନ ସରକାରଙ୍କ ଠାରେ ଦାବି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଅଙ୍ଗନୱାଡ଼ି ଏବଂ ସହାୟିକା ମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଶେଷରେ ବ୍ଳକ କୁ ସୁଦୃଢ କରିବା ପାଇଁ ଏକ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମ କର୍ତ୍ତା ମଧ୍ୟରେ ସଭାନେତ୍ରୀ ଭାବେ ସଞ୍ଜୁକ୍ତା ହରପାଲ , ଉପସଭାନେତ୍ରୀ କ୍ରୀଷ୍ଟ ମାଣ୍ଡାଙ୍ଗି, ସୁଭଦ୍ରା ରାଣୀ ଦାସ , ସାଧାରଣ ସମ୍ପାଦିକା ମିନାକ୍ଷୀ ଦୋରା , ସହ ସମ୍ପାଦିକା ରିମଝିମ୍ ପରିଛା , କୋଷାଧ୍ୟକ୍ଷ କାଞ୍ଚନ ମାଳଦିପ, କାର୍ଯ୍ୟକାରୀ ସଦସ୍ୟା ଭାବେ ପ୍ରେମ ସିଲାଦିପ ସହ ୧୧ ଟି ସେକ୍ଟର ରୁ ୧୧ ଜଣ ସଦସ୍ୟଙ୍କୁ ସେକ୍ଟର ଲିଡର ଭାବରେ ଚୟନ କରାଯାଇଥିଲା ଏବଂ ଉପଦେଷ୍ଟା ମଣ୍ଡଳୀ ଭାବେ କେ ନୀଳାଦ୍ରି , ବାସନ୍ତୀ ଜିଲାକାରା, ଅମ୍ବିକା ନୀଳଗିରି, ସୁସିଳା ହିମିରିକା, କୁନ୍ତିକା ତାଣ୍ଡିଙ୍କୁ ଚୟନ କରାଯାଇଥିଲା। ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ