ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ

May 19, 2025 - 18:04
 0  14
ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ କୁ ଗିରଫ କରିବା ସହ ଝିଅ କୁ ନେଇଥିବା ବ୍ୟବହୃତ ଅଟୋ କୁ ଜବତ କରି କୋର୍ଟ ଚାଲାଣ କରିଛି । ଏ ନେଇ ଖବରଦାତା ସମ୍ମିଳନୀ କରି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ଵାଇଁ ଜଣାଇଛନ୍ତି । ଘଟଣା ରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ମଧ୍ୟାହ୍ନ ୧୧.୩୦ ସମୟରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲା ଘରକୁ ଫେରିବା ସମୟରେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରୁ ଅଟୋ ଡ୍ରାଇଭର ଜଣକ ଯୁବତୀ କୁ ଘରେ ଛାଡିଦେବା ପାଇଁ କହିଥିଲା, ଏହି ସମୟରେ ଘରେ ଛାଡିବା ପରିବର୍ତ୍ତେ ଏକ ଭଡା ଘର ନିକଟକୁ ନେଇ ଜୋର ଜବରଦସ୍ତି ଟାଣି ନେଇ ଘର ବନ୍ଦ କରିଦେଇଥିଲା l ଏହା ପରେ ଅଟୋ ଚାଳକ ସହ ଦୁଇ ସାଙ୍ଗ ମିଶି ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ, ଦିନେ କି ଦୁଇ ଦିନ ନୁହଁ ୭ ଦିନ ଏଭଳି ଅତ୍ୟାଚାର କରିଥିବା ବିଷୟ ପୀଡିତା ଜଣକ କହିଛନ୍ତି । ଏ ନେଇ ୧୭ ତାରିଖ ଦିନ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୫୮/୨୫ ରେ ଏକ ମାମଲା ରୁଜୁ କରି ଗଣଦୁଷ୍କର୍ମ ମାମଲାରେ ୩ ଯୁବକକୁ ଏତଲା ର ୨୪ ଘଣ୍ଟା ନ ପୂରୁଣୁ ଗିରଫ କରିବା ସହ ଡାକ୍ତର ମଇନା କରାଯାଇଛି ଓ ବ୍ୟବହୃତ ଅଟୋ ଜବତ କରି କୋର୍ଟ ଚାଲାଣ କରିଛି । ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରୀକୁ ଛଡା ଯିବ ନାହିଁ l ଏଣୁ ସଜାଗ ରହିବାକୁ ତାଗିଦ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ