।। ମିଶନ ଶକ୍ତିର ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଲକ୍ଷ୍ମୀପୁର ୨୭/୦୨ ମିଶନ ଶକ୍ତି ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ଘୋଷଣା କରିଛନ୍ତି।ଏଣିକି ବିନା ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।ଏହାସହ ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଋଣ ଫେରସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଜି ଉଦ୍ଘାଟନ କରିଛନ୍ତି।ଏଥିରେ ରାଜ୍ୟର ସମସ୍ତ ବ୍ଲକରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ସୁଧ ବାବଦକୁ ୧୪୫ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ଥିବା ପ୍ରାୟ ତିନି ଶହ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟ ଏହାର ଫାଇଦା ପାଇଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଭିଡିଓ କନ୍ଫ୍ରେଶିଂ ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କ ସମେତ ମହିଳା ମାନଙ୍କ ସହ ସିଧା ସଳଖ ଯୋଡ଼ି ହୋଇ ଆଲୋଚନା କରିଥିଲେ।ନୂଆ ଓଡ଼ିଶା ଗଠନରେ ମହିଳାଙ୍କ ଯଥେଷ୍ଟ ଅବଦାନ ରହିଛି।ମିଶନ ଶକ୍ତି ଜରିଆରେ ମହିଳା ମାନେ ଉପକୃତ ହେବା ସହ ଭଲ କାମ କରୁଛନ୍ତି।ମହିଳା ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଛି।ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା' ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା'ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି କହିଥିଲେ।ଏଥିସହ ସ୍ଥାନୀୟ ପୋଲିସ ଷ୍ଟେସନ ସମୁଖରେ ଥିବା ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର ରଜତ ବିଡ଼ିକ୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା,ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ, ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ବ୍ଲକ୍ ରେ ଥିବା ବହୁ ସଂଖ୍ୟାର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ଲକ୍ଷ୍ମୀପୁର ୨୭/୦୨ ମିଶନ ଶକ୍ତି ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ଘୋଷଣା କରିଛନ୍ତି।ଏଣିକି ବିନା ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।ଏହାସହ ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଋଣ ଫେରସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଜି ଉଦ୍ଘାଟନ କରିଛନ୍ତି।ଏଥିରେ ରାଜ୍ୟର ସମସ୍ତ ବ୍ଲକରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ସୁଧ ବାବଦକୁ ୧୪୫ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ଥିବା ପ୍ରାୟ ତିନି ଶହ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟ ଏହାର ଫାଇଦା ପାଇଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଭିଡିଓ କନ୍ଫ୍ରେଶିଂ ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କ ସମେତ ମହିଳା ମାନଙ୍କ ସହ ସିଧା ସଳଖ ଯୋଡ଼ି ହୋଇ ଆଲୋଚନା କରିଥିଲେ।ନୂଆ ଓଡ଼ିଶା ଗଠନରେ ମହିଳାଙ୍କ ଯଥେଷ୍ଟ ଅବଦାନ ରହିଛି।ମିଶନ ଶକ୍ତି ଜରିଆରେ ମହିଳା ମାନେ ଉପକୃତ ହେବା ସହ ଭଲ କାମ କରୁଛନ୍ତି।ମହିଳା ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଛି।ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା' ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା'ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି କହିଥିଲେ।ଏଥିସହ ସ୍ଥାନୀୟ ପୋଲିସ ଷ୍ଟେସନ ସମୁଖରେ ଥିବା ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର ରଜତ ବିଡ଼ିକ୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା,ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ, ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ବ୍ଲକ୍ ରେ ଥିବା ବହୁ ସଂଖ୍ୟାର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






