ମହାସଭା ବରୀର ଏକାଦଶ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

Dec 2, 2024 - 12:06
 0  81
ମହାସଭା ବରୀର ଏକାଦଶ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ରାଜ୍ୟ ଖବର ଯାଦବ ମହାସଭା ବରୀର ଏକାଦଶ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା : ଯାଦବ ମହାସଭା, ବରୀର ଏକାଦଶ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ରବିବାର ପୂର୍ବାହ୍ନରେ ବରୀ ବ୍ଲକ ଅନ୍ତର୍ଗତ ରମ୍ପା ସ୍ଥିତ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ମହାସଭାର ସ୍ଥାୟୀ ସଭାପତି ଅଶୋକ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବରୀ ଅଞ୍ଚଳର ସିଭିଲ ସର୍ଭିସରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଭଦର୍ଶନି ଦାସ, ସତରୁପା ଶତପଥୀ, ଆଶୁତୋଷ ତ୍ରିପାଠୀ, ନିତ୍ୟ ରଞ୍ଜନ ସାମଲ, ଅଂଶଦେବ ପୁହାଣ ଏବଂ ନୀଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶୁଭ୍ର ସନ୍ତୋଷ ଜେନା, ଭାରତ ଗୌରବ ରାୟ, ରାହୁଲ ଦାସ, ଶୁଭମ୍ ଦାସ ଓ ସ୍ମୃତିରେଖା ବେହେରାଙ୍କୁ ଏବଂ ମେଟ୍ରିକ୍ ପରୀକ୍ଷାରେ ଏ ୱାନ ଗ୍ରେଡ଼ ପାଇଥିବା ଅଙ୍କିତ ଜେନା ଓ ସିପ୍ରା ରାୟଙ୍କୁ ମାନପତ୍ର ଉପ ଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଥିଲା। ଡିହବାରୀଙ୍ଗି ଗ୍ରାମର ବର୍ଷୀୟାନ ସମାଜସେବୀ ଲକ୍ଷ୍ମୀଧର ଦାସଙ୍କୁ ଅତିଥି ମାନଙ୍କ ଦ୍ଵାରା ଯାଦବ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟିକା ସୁନନ୍ଦା ଦାସ, ମୂଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ କୁମରବର ଦାସ ଓ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଯାଦବ ମହାସଭା ସଭାପତି ଇ ପ୍ରଦିପ ବେହେରା, ଝାଡ଼ଖଣ୍ଡ ଯାଦବ ସଙ୍ଘ ସଭାପତି ପିତାମ୍ବର ଦାସ, ଯାଜପୁର ଜିଲ୍ଲା ସଭାପତି ଗଣେଶ୍ୱର ଦାସ, ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇଥିଲେ। ଉତ୍ସବରେ ଅତିଥି ପରିଚୟ ଅଶୋକ କୁମାର ଦାସ ଦେଇଥିବା ବେଳେ ସଂପାଦକୀୟ ବିବରଣୀ ପାଠ କିଶୋର ଚନ୍ଦ୍ର ଦାସ କରିଥିଲେ। କାର୍ଯକ୍ରମ ପରିଚାଳନାରେ ମହେଶ୍ବର ଦାସ, କପିଳେନ୍ଦ୍ର ଦାସ, ସଂଗ୍ରାମ କେଶରୀ ପଲେଇ, ରାମ ଚନ୍ଦ୍ର ବେହେରା, ସମିର କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ