।। ମନ୍ତ୍ରୀ ଢୋଲକିଆଙ୍କ ଦ୍ୱାରା ଛତିଶଗଡ଼ି ଫିଲ୍ମ ଏ ସଜନୀ ର ପ୍ରେମିୟର ସୋ ଉଦଘାଟିତ ।।

ନୂଆପଡା : ଛତିଶଗଡ଼ି ଫିଲ୍ମ ଏ ସଜନୀ ଗତ 23 ଫେବୃଆରୀ ଦିନ ଛତିଶଗଡ଼ ଭବିନ୍ନ ସିନେମା ହଲରେ ରିଲିଜ ହୋଇ ଚହଳ ପାଇଥିବାବେଳେ ଏହି ଫିଲ୍ମ ଖରିଆର ରୋଡ ସ୍ଥିତ ଲିଲାସ ସିନେମା ହଲରେ ଛତିଶଗଡ଼ି ସିନେମା ଏ ସଜନୀ ଫିଲ୍ମ ର ରିଲିଜ ପାଇଁ ପ୍ରେମିୟର ସୋ ର ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନକରି ଏ ସଜନୀ ଫିଲ୍ମ ର ପ୍ରଥମ ସୋ ର ଫିତା କାଟି ଶୁଭାରମ୍ଭ କରିଥିଲେ l ଏହି ଫିଲ୍ମ ର ପ୍ରେମିୟର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ତାରେଶ୍ୱରୀ ସାହୁ ବ୍ଲକ ଅଧ୍ୟକ୍ଷା ନୂଆପଡା, ଜ଼ିଲ୍ଲା ପରିଷଦ ସଦସ୍ୟ ଉମା ଠାକୁର, ନୂଆପଡା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଫିଲ୍ମ ର ସହ ନିର୍ଦେଶକ ଶ୍ୟାମ କେଶରବାନୀ, ଭାଜପା ମଣ୍ଡଳ ଅଧ୍ୟକ୍ଷ ରାକେଶ ଜୈନ, ଏକତା ମହିଳା ମଣ୍ଡଳ ଅଧକ୍ଷା ଲୀଳା ସଙ୍କଲେଚା ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






