ଭଂଜପୁର ଜଗଦ୍ଧାତ୍ରୀମେଳାର ଦ୍ଵିତୀୟ ସନ୍ଧ୍ୟା - ଝୁମରରେ ଝୁମିଲେ ଦର୍ଶକ

Nov 14, 2024 - 19:14
 0  39
ଭଂଜପୁର ଜଗଦ୍ଧାତ୍ରୀମେଳାର ଦ୍ଵିତୀୟ  ସନ୍ଧ୍ୟା - ଝୁମରରେ ଝୁମିଲେ ଦର୍ଶକ

ବାରିପଦା - ତା :- ୧୪/୧୧/୨୦୨୪ ରିଖ ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ନାଚ ଗୀତରେ ଝୁମିଲେ ଦର୍ଶକ I ପ୍ରଥମେ ବେତନଟୀର କେ ବି ଉଚ୍ଚ ବିଦ୍ୟାଳୟର କଳାକାର ମାନେ ପରିବେଷଣ କରିଥିବା ଝୁମର ଓ ଲୋକନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ଭିଜନ ଇଣ୍ଟରନେଶନାଲ ଓ ମୁଦ୍ରା କଳା ଏକାଡେମୀର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା I ଶାନ୍ତି ଆର୍ଟ୍ସ ଓ ଡ୍ୟାନ୍ସ ଦଳ ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଶେଷରେ ଝିଲିରାଣୀ ଓ ସାଥିଙ୍କ ଝୁମରରେ ଝୁମିଲେ ଦର୍ଶକ I ସମସ୍ତ ଦଳକୁ କମିଟି ତରଫରୁ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରିଥିଲେ I ଅଭିଲିପ୍ସା ଦାସ ମଞ୍ଚ ପରିଚାଳନା କରିଥିଲେ I ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଆସନ୍ତା କାଲି ପ୍ରଥମେ ଭଜନ ସନ୍ଧ୍ୟା ଓ ପରେ ପରେ ମୟୁରଭଞ୍ଜ ଝୁମର ମେଳଡି କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ