ବ୍ଲକସ୍ତରୀୟ ବିଜ୍ଞାନ ମେଳା , ୧୦୫ ପ୍ରକଳ୍ପ ପ୍ରଦର୍ଶିତ

Nov 19, 2024 - 12:03
 0  71
ବ୍ଲକସ୍ତରୀୟ ବିଜ୍ଞାନ ମେଳା , ୧୦୫ ପ୍ରକଳ୍ପ ପ୍ରଦର୍ଶିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୯,୧୧,୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ମା‘ ଖମ୍ବେଶ୍ବରୀ ଉଚ୍ଚ ବିଦ୍ୟାଳୟ, ଖଇରଭାଡି ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ! ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇ ସମସ୍ତ ପ୍ରକଳ୍ପ ଗୁଡିକୁ ଦେଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ ! ସେହିପରି ଚଳିତ ବର୍ଷ ବିଜ୍ଞାନ ମେଳାରେ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୦୫ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଦର୍ଶନ କରାଯାଇଥିଲା ! ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରିଙ୍କ ସଭାପତିତ୍ୱ ରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଏବିଇଓ ନୀଳକଣ୍ଠ ଦାଶ , ସମ୍ମାନୀତ ଅତିଥି ଭାବେ ସମାଜସେବୀ ଗୋବିନ୍ଦ ଜୈନ , ଭରତ ବାଘ,ସରପଞ୍ଚ ପୂଜାରୀ , ସମିତି ସଭ୍ୟା ଗୌରୀ ନେଙ୍ଗୀ , ଏବିଇଓ ପ୍ରେମଚାନ୍ଦ ସିଂ ଧୂରୁଆ,ପ୍ରଧାନ ଶିକ୍ଷକ ନିରଞ୍ଜନ ଚକ୍ରବର୍ତ୍ତୀ ଶରତ ମାଝୀ,ଶ୍ୟାମ ସୁନ୍ଦର ମାଝୀ, ପଡୁଲୋଚନ ସାହୁ,ଅମିତ ଖମାରୀ, ବିଶ୍ୱରଂଜନ ପଣ୍ଡା, ତ୍ରିପତି ଦଳେଇ,ପ୍ରଦୀପ ପାଢ଼ୀ, ଝୁମୁକଲାଲ ସାହୁ, ଚିତୃ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ନବରଙ୍ଗପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ୬ ଟି ପ୍ରକଳ୍ପ ମନୋନୀତ ହୋଇଥିଲା ! କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଘ୍ନେଶ୍ୱର ଆଚରି,ରବୀନ୍ଦ୍ର ନାୟକ,ଡିଙ୍ଗର ଜଗତ,ବୀରବର ପଣ୍ଡା, କୁମୁଦ ବାଘ,ସନ୍ତୋଷ ଖମାରୀ , ମନୋହର ଜଗତ ପ୍ରମୁଖ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ କୁ କୈବଲ୍ୟ ସାହୁ ଏବଂ ରାଜେଶ୍ୱର ଦଣ୍ଡସେନା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ