ବାରିପଦା ବ୍ଲକ୍ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

Apr 12, 2025 - 16:53
 0  32
ବାରିପଦା ବ୍ଲକ୍ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ବାରିପଦା- ତା :- ୧୨/୦୪/୨୦୨୫ ରିଖ ସ୍ଥାନୀୟ ବୁଢ଼ୀଖମାରୀ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ଓ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳାରେ ୧୩ ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରୁ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡାଏଟ ଅଧ୍ୟକ୍ଷ ପ୍ରମୋଦ ଡାକୁଆ ଓ ଜିଲ୍ଲା ଏଫ ଏଲ ଏନ ସଂଯୋଜକ ଯୋଗେଶ୍ୱର ଘୋଷ ମହାପାତ୍ର, ଯୋଗ ଦେଇ ପ୍ରାଥମିକ ଶିକ୍ଷା ରେ ଶିକ୍ଷଣ ସାମଗ୍ରୀର ଗୁରୁତ୍ୱ ଉପରେ ମନ୍ତବ୍ୟ ରଖିଥିଲେ। ବିଆରସିସି ତପସ୍ୱିନୀ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଅନ୍ୟତମ ଏବିଇଓ ବ୍ରଜମୋହନ ମୁର୍ମୁ, ଡ. ସ୍ନେହଲତା ବେହେରା ଯୋଗ ଦେଇ ପ୍ରାଥମିକ ଶିକ୍ଷା ରେ ଶିକ୍ଷଣ ସାମଗ୍ରୀର ଉପଯୋଗ ଏକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଠାକୁରାଣୀସାହି କ୍ଲଷ୍ଟର ସିଆରସିସି ପୂଜାରିଣୀ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିତା ବେହେରା, ତଥା ସି ଆର ସି ସି ଧନପତି ମିଶ୍ର, ସୁଶୀଲ ପଣ୍ଡା, କନକ ଲତା ମାଝୀ, ଭବାନୀ କୁମାର ସିଂହ, କଲ୍ୟାଣ ଆଶୀଷ ଦାସ, ଗୀତିକା ବେହେରା, ଅଭିରାମ ହେମ୍ବ୍ରମ, ଚୈତନ ପ୍ରସାଦ ମୁର୍ମୁ, ଦେଵରଞ୍ଜନ ସାହୁ, ଧନଞ୍ଜୟ ସାହୁ ପ୍ରମୂଖ ସହଯୋଗ କରିଥିଲେ। ଶିକ୍ଷଣ ସାମଗ୍ରୀ ସହାୟତା ରେ ଶ୍ରେଣୀ ପ୍ରକୋଷ୍ଠରେ ଶିକ୍ଷକ ପାଠ୍ୟଦାନ ପ୍ରକ୍ରିୟାରେ ଉକ୍ତ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ପିଲାଙ୍କୁ ଆନନ୍ଦମୟ ପରିବେଶ ଯୋଗାଇବା ସହ ବୋଧଗମ୍ୟ କରାଇବାରେ ସହାୟକ ହେବ ବୋଲି ଉଦ୍ଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ମତ ପ୍ରକାଶ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ