ବଳାତ୍କାରୀ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ଜେଲଦଣ୍ଡ:ନାବାଳିକା ଦୁଷ୍କର୍ମକାରୀ କୁ କୋଡ଼ିଏ ବର୍ଷ ଜେଲଦଣ୍ଡ ଆଦେଶ

May 6, 2025 - 21:13
 0  28
ବଳାତ୍କାରୀ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ଜେଲଦଣ୍ଡ:ନାବାଳିକା ଦୁଷ୍କର୍ମକାରୀ କୁ କୋଡ଼ିଏ ବର୍ଷ ଜେଲଦଣ୍ଡ ଆଦେଶ

ବାରିପଦା ସ୍ୱତନ୍ତ୍ର ପୋକ୍ସ କୋର୍ଟ ରେ ଆଜି ଏହି ପରି ଏକ ଯୁଗାନ୍ତକାରୀ ଦଣ୍ଡାଦେଶ ଶୁଣାଣି ହୋଇଛି ।ଜଣେ ନାବାଳିକା ଦୁଷ୍କର୍ମକାରୀ ର ପଚିଶି ବର୍ଷିୟ ମୁଖ୍ୟ ଅଭିଯୁକ୍ତ ନାରାୟଣ ସୋରେନ୍ କୁ କୋଡ଼ିଏ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୧୭ ମସିହାରେ ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳ ରେ ଜଣେ ପନ୍ଦର ବର୍ଷ ର ନାବାଳିକା ଥାନା ରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । ନାବାଳିକା ଜଣଂକ ତାଙ୍କ ଜେଜେମା ସହ ଶୋଇଥିବା ବେଳେ ଅଭିଯୁକ୍ତ ଏବଂ ତା'ର ସାଥୀ ଜଣଂକ ଜୋରଜବରଦସ୍ତ କବାଟ ଭାଙ୍ଗି ଘରେ ପଶି ନାବାଳିକା ଙ୍କୁ ନିକଟସ୍ଥ ଜଂଗଲ କୁ ନେଇ ଦୁଷ୍କର୍ମ କରିଥିଲେ ।ଜେଜେମା ଜଣଂକ ଗ୍ରାମବାସୀ ଙ୍କୁ ଡାକି ଜଂଗଲ ରୁ ନାବାଳିକା କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳେ ବିଶୋଇ ପୋଲିସ ଘଟଣା କୁ ଗୁରୁତର ନେଇ ତଦନ୍ତ କରିଥିଲେ ୧୮ ଜଣ ସାକ୍ଷୀଙ୍କ ବୟାନ ଶୁଣାଣି କରି କୋର୍ଟ ଏହିପରି ଯୁଗାନ୍ତକାରୀ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ମୁଖ୍ୟ ଅଭିଯୁକ୍ତ ନାରାୟଣ ସୋରେନ୍ କୁ ୨୦ ବର୍ଷ ଜେଲଦଣ୍ଡ ଦେବା ଶହ ପଚାଶ ହଜାର ଟଙ୍କା ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି ଏହି ଅର୍ଥ ଆଦାୟ ହେଲେ ତାହା ପିଡିତା ଙ୍କୁ ଦିଆଯିବ ବୋଲି ଦର୍ଶାଯାଇଥିଛି ।

ମୟୂରଭଞ୍ଜ ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ