।। ବରୀ ରେ ଦୁଇ ନାବାଳିକା ବଳାତ୍କାରର ଶିକାର, ମୁଖ୍ୟ ଅଭିଯୁକ୍ତ ସହ 11 ଜଣ ଗିରଫ୍ ।।

Oct 31, 2024 - 15:55
 0  134
।। ବରୀ  ରେ  ଦୁଇ ନାବାଳିକା ବଳାତ୍କାରର  ଶିକାର,  ମୁଖ୍ୟ ଅଭିଯୁକ୍ତ  ସହ  11 ଜଣ ଗିରଫ୍ ।।

ବରୀ-ରାମଚନ୍ଦ୍ରପୁର ଥାନା ଅଧିନରେ ପୃଥକ ପୃଥକ ଭାବେ ୨ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ,ଏନେଇ ବରୀ ଥାନାରେ ସାମ୍ବାଦିକ ମାନଙ୍କୁ ଡାକି ପୋଲିସ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ବାଲିବିଲି ପଂଚାୟତ କୋରଡ଼ା ପିପଲ ଗ୍ରାମର ୧୧ ବର୍ଷୀୟ ନବାଳିକା ସ୍କୁଲରୁ ଫେରୁଥିବା ବେଳେ ସେହି ଗ୍ରାମର ଅଭୟ କୁମାର ସାମଲ(58) ନାମକ ଯୁବକ ପ୍ରଲୋଭନ ଦେଖାଇ ଏକ ଅଜଣା ଜାଗାକୁ ନେଇ ବଳାତ୍କାର କରିଥିଲେ। ଏନେଇ ନାବାଳିକା ଜଣଙ୍କ ଘରକୁ ଫେରି ସମସ୍ତ ଘଟଣା ମା ଙ୍କୁ କହିଥିଲେ। ତାଙ୍କ ମା ସମସ୍ତ ଘଟଣା ଶୁଣିଲା ପରେ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ୫୬୯/୨୪ରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରି ଉକ୍ତ ଘଟଣାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲ। ଅପରପକ୍ଷରେ ଏହି ଥାନା ଅଧିନ କଳା ମାଟିଆ ପଂଚାୟତ ଯୋର କୁଳ ଗ୍ରାମର ଜଣେ ୯ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଅରକ୍ଷିତ ପରିଡା (କାଳିଆ )୫୭ ବଳାତ୍କାର କରିଥିବା ପୀଡିତା ଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ବଳାତ୍କାର ର ଶିକାର ହୋଇଥିବା ନାବାଳିକା କଟକ ବଡ ମେଡିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ବରୀ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ୫୭୨/୨୪ ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ଜଣଙ୍କ ଘରୁ ଗିରଫ କରିଛି ବୋଲି ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛି।। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ସତ୍ୟବ୍ରତ ଲେଙ୍କା, ବରୀ ଥାନା ଅଧିକାରିଣୀ ସୁମତି କୁମାରୀ ମହାନ୍ତି,ଏ ଏସ ଆଇ ରମାକାନ୍ତ ନାୟକ ଉପସ୍ଥିତ ରହି ମୁଖ୍ୟ ଅଭିଯୁକ୍ତ ଅରକ୍ଷିତ ପରିଡା (କାଳନ୍ଦୀ )ଙ୍କୁ ଗିରଫ କରିବାରେ ବରୀ ପୋଲିସ ସଫଳ ହୋଇଥିବା ସୂଚନା ଦେଇଥିଲେ,ମୁଖ୍ୟ ଅଭିଯୁକ୍ତ ସହ ୧୦ଜଣ ସହଯୋଗୀ କିଷାନ ନୃତନ ପରିଡା, ମାନସୀ ପରିଡା ଅନୁସୟା ପରିଡା, ଶଶୀ ରେଖା ଜେନା, ନିକୁନ ଜେନା, ପ୍ରଫୁଲ କୁମାର ଧଳ, ସଂଯୁକ୍ତା ଧଳ, ପ୍ରକାଶ ଧଳ, ସବିତା ସାମଲ, କୈଳାଶ ଚନ୍ଦ୍ର ରାଉତକୁଂ ଗିରଫ କରି ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପରିଡା ଙ୍କୁ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଡାକି ପୋଲିସ କହିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ