ବରୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

Dec 17, 2024 - 11:26
 0  64
ବରୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧ୍ୟକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କ ଦ୍ବାରା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା, ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରି ମହେଶ୍ବର ସେଠି, ତହସିଲଦାର ମାନସ ରଂଜନ ସ୍ୱାଇଁ ,ଜିପିଓ ଲାଷ୍ମୀକାନ୍ତ ମହାରଣା,ମୁଖ୍ୟ କିରାଣୀ ଚିତ୍ତ ରଂଜନ ମହାନ୍ତି,ଯୋଗାଣ ନିରୀକ୍ଷକ ସରୋଜ ପଣ୍ଡା,ବରୀ ରାମଚନ୍ଦ୍ରପୁର ଥାନା ଅଧିକାରିଣୀ ସୁମତି କୁମାରୀ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ଙ୍କ ସମେତ ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସଂଜୀବ ଦାସ,କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା ଓ ଦୁର୍ଗା ପ୍ରସାଦ ସାହୁ,ରାକେଶ ମଲ୍ଲିକ,ବିଭୁତି ଭୂଷଣ ପଣ୍ଡା,ଜଗନ୍ନାଥ ମାଝି, କୃଷ୍ଣଚନ୍ଦ୍ର ଓରାମ,ରଞ୍ଜିତ ଜେନା,ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୧୦୭ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତି ଗତ ଭାବେ ୫୦, ସାମୁହିକ ଭାବେ ୦୩ ଟି ମୁଖ୍ୟମନ୍ତ୍ରୀ ରିଲିପି ପାଣ୍ଠି ୫୪ଟି, ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ତତ୍କାଳୀନ ୬୦ ଗୋଟି ଅଭିଯୋଗ ସମାଧାନ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବରୀ ଥାନା ପକ୍ଷରୁ ପୋଳିସ ମୁତୟନ କରାଯାଇଥିଲା।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ