ପାଣିପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ନୂଆପଡ଼ା ପ୍ରଭାଗ ସ୍ତରୀୟ ପ୍ରତିଯୋଗିତା

ନୂଆପଡ଼ା : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୂଆପଡ଼ା ତରଫରୁ ପାଣିପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ନୂଆପଡା ଦ୍ୱାରା ନୂଆପଡ଼ା ପ୍ରଭାଗ ସ୍ତରୀୟ ଓଡିଆ ବକ୍ତୃତା , ପ୍ରବନ୍ଧ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଉଛି। ନ୍ୟାସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଅବସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ଜଳ ସେଚନ ପ୍ରକଳ୍ପ ତରୁଣ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ସୁନ୍ଦର ଜଳ ସେଚନ ପ୍ରକଳ୍ପ ରାକେଶ ସାମନ୍ତରାଏ , ପ୍ରତାପ ବାଞ୍ଜି, କନିଷ୍ଠ ଯନ୍ତ୍ରୀ ନୂଆପଡ଼ା ଜଳ ସେଚନ ପ୍ରକଳ୍ପ ସରୋଜ ବରାଳ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ଉତ୍କଳମଣି ଅଗସ୍ତି ଏବଂ ଚନ୍ଦ୍ରକଳା ଜଗତ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ଗୁଡ଼ିକ ବିଷୟରେ ଧାରଣା ଦେଇ ଉତ୍ସାହିତ କରିଥିଲେ। ପ୍ରତିଯୋଗିତା ଗୁଡିକର ସୁପରିଚାଳନାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର କୁମାର ଖମାରୀ, ଶରତ କୁମାର ପଣ୍ଡା,ଅମିୟ ପାଢ଼ୀ, ହିରାଲାଲ ପଟେଲ ଏବଂ ବିଚାରକ ଭାବରେ ଶିକ୍ଷକ ଶ୍ୟାମାଚରଣ ଦଣ୍ଡସେନା,କିଶୋର କୁମାର ପରିଡ଼ା,ପ୍ରଫୁଲ୍ଲ କୁମାର ବାରିକ, ସମୀର କୁମାର ବେହେରା , ପ୍ରଦୀପ୍ତ କୁମାର ରଥ ଯୋଗଦେଇ ସହଯୋଗ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ,ସୁନ୍ଦର ଜଳ ସେଚନ ପ୍ରକଳ୍ପ ତରୁଣ କୁମାର ନାଏକ ପ୍ରତିଯୋଗିତା ଗୁଡିକରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ ଏବଂ ଆସନ୍ତା ୨୨ତାରିଖରେ ଜଳ ସେଚନ ପ୍ରଭାଗ ଡାକବଙ୍ଗଳା ନୂଆପଡ଼ା ହେବାକୁ ଥିବା କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ ପାଇଁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟଯେ ବକ୍ତୃତା, ପ୍ରବନ୍ଧ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତ୍ତିତ୍ୱହାସଲ କରିଥିବା ପ୍ରତିଯୋଗୀ ମାନେ ୨୪ତାରିଖ ଦିନ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






