ନୂଆପଡ଼ାରେ ବିଶ୍ଵ ପରିବେଶ ଦିବସ ପାଳିତ:ଜିଲ୍ଲାକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ - ଜିଲ୍ଲାପାଳ

Jun 5, 2025 - 20:57
 0  11
ନୂଆପଡ଼ାରେ ବିଶ୍ଵ ପରିବେଶ ଦିବସ ପାଳିତ:ଜିଲ୍ଲାକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ - ଜିଲ୍ଲାପାଳ

ନୂଆପଡ଼ା ଜିଲ୍ଳାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ଜନ ସଚେତନତା ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରାଲି ରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ୍, ଜିଲ୍ଳା ଆଇନ ପ୍ରାଧୀକରଣ ସଚିବ ନବନୀତା ଦାସ, ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ବଲାଙ୍ଗିର ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ବବିତା ସିଂ, ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବନ ବିଭାଗ, ଆରକ୍ଷୀ ବିଭାଗ, ସ୍ଵେଚ୍ଛାସେବୀ ସଂଗଠନ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା, ପାରା ଲିଗାଲ ସ୍ଵେଚ୍ଛାସେବୀ ପ୍ରମୂଖ ଯୋଗ ଦେଇଥିଲେ l ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ସର୍କିଟ ହାଉସ ପର୍ଯ୍ୟନ୍ତ ଚାଲିଥିଲା l ବାଟରେ ସ୍ଵଚ୍ଛତା ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l ସର୍କିଟ ହାଉସ ପରିସରରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା l ଏହାପରେ ସେଠାରେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସଭାକୁ ସମ୍ବୋଧନ କରି ଅତିଥି ମାନେ ଦିବସର ମହତ୍ତ୍ୱ ସହିତ ପରିବେଶ ସୁରକ୍ଷା ଉପରେ ନିଜ ନିଜ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ l ଜିଲ୍ଲାପାଳ କହିଲେ ଯେ ଆମେ ପରିବେଶକୁ ସୁରକ୍ଷା ଦେଲେ ପରିବେଶ ମଧ୍ୟ ଆମକୁ ରକ୍ଷା କରିବ l ବର୍ତ୍ତମାନ ସମୟରେ ଜରି ଏବଂ ପ୍ଲାଷ୍ଟିକ ହେଉଛି ପରିବେଶର ସବୁଠାରୁ ବଡ ଶତୃ l ଆମେ ସମସ୍ତଙ୍କ ସହଯୋଗରେ ଜିଲ୍ଳାକୁ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଯାଉଛୁ l ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା l ଶେଷରେ ବଲାଙ୍ଗିର ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ବବିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ