ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ

Jun 7, 2025 - 20:44
 0  12
ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା, ପ୍ରବୀର କୁମାର ଦଣ୍ଡସେନା, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ଆର୍ ଟିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ରାଜସ୍ଵ ଅଧିକାରୀ ମାନେ ପ୍ରଶାସନର ମୁଖ୍ୟ ସ୍ତମ୍ଭ l ସେମାନଙ୍କ ପରିଶ୍ରମ ଏବଂ ଉଦ୍ ଯୋଗ ଉପରେ ପ୍ରଶାସନର କ୍ରିୟଶୀଳତା ନିର୍ଭର କରେ l ନିକଟରେ ଅତିରିକ୍ତ ଜିଲ୍ଲାପାଳ- ରାଜସ୍ଵ, ଭୀମସେନ ଶବର ରାଜ୍ଯ ସ୍ତରୀୟ ରାଜସ୍ୱ ଅଧିକାରୀଙ୍କ କର୍ମଶାଳାରେ ଭାଗ ନେଇଥିବାରୁ ତାଙ୍କର ଅନୁଭୂତି ଓ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ l ଜିଲ୍ଲାପାଳ କହିଲେଯେ ସମସ୍ତ ରାଜସ୍ଵ ଅଧିକାରୀ କର୍ମରେ ଗତିଶୀଳତା ରଖନ୍ତୁ l ସେମାନେ ନିୟମିତ ବିଭିନ୍ନ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l ସମସ୍ତ ଅଧିକାରୀ ସହଯୋଗ କରି ଜିଲ୍ଲା ରେଡକ୍ରସ୍ ପାଣ୍ଠି ବୃଦ୍ଧି କରନ୍ତୁ । ବିଭିନ୍ନ ବିଭାଗର ସମୀକ୍ଷାରୁ ଜଣାଗଲା ଯେ ବିଗତ ଦୁଇ ମାସରେ ୨୦୨୫ ବର୍ଷ ପାଇଁ ଆଂଚଳିକ ପରିବହନ ଅଧିକାରୀ ଙ୍କ ଦ୍ଵାରା 24,85,000 ଟଙ୍କା ସଂଗ୍ରହ ହୋଇଛି । ଜିଲ୍ଲାପାଳ କହିଲେ ଯେ ରାସ୍ତା ଦୁର୍ଘଟଣାରେ ବିଶେଷକରି ବାଇକ୍ ଚାଳକ ଯୁବା ବର୍ଗଙ୍କ ଜୀବନ ହାନି ଘଟୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିୟୋଜିତ କରାଯାଉ । ଅବକାରୀ ବିଭାଗ ଦ୍ଵାରା 2,82,94,000 ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ବେଆଇନ୍ ମଦ କୋଠି, କଫ ସିରପ , ଗଞ୍ଜେଇ କାରବାରକୁ ଦୃଢ଼ ହସ୍ତରେ ଦମନ କରି କେଶ୍ ସଂଖ୍ୟା ବଢାଇବା ପାଇଁ ଜିଲ୍ଲାପାଳ ଅବକାରୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ ହେବ l ମାଇନିଙ୍ଗ , ପୋଲିସ ଓ ତହସିଲ୍ ବିଭାଗ ମିଳିତ ଭାବରେ ରେଡ୍ କରିବେ । ଖଣି ବିଭାଗ ଗତ ଦୁଇ ମାସରେ 1,35,00, 000 ଟଙ୍କା ରାଜସ୍ୱ ଦେଇଛନ୍ତି lଜିଲ୍ଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ମାସ ଶେଷ ସୁଦ୍ଧା 1,13,61,000 ଟଙ୍କା ଆଦାୟ ହୋଇଛି lଜିଲ୍ଲାପାଳ କହିଲେ ତହସିଲଦାର ମାନେ ସମସ୍ତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇଦେବେ। ପଡ଼ି ରହିଥିବା ସମସ୍ତ ରାଜସ୍ବ କେଶ୍ ଓ ମ୍ୟୁଟେସନ କେଶ୍ ଶିଘ୍ର ସମାଧାନ ହେବ l ଜିଲ୍ଲାର ଜଙ୍ଗଲ ଜମି ଏବଂ ଗୋଚର ଜମିରୁ ଜବର ଦଖଲ ଅତି ଶିଘ୍ର ଉଚ୍ଛେଦ କରି ତାକୁ ସଂରକ୍ଷିତ ରଖାଯିବ। ପ୍ରତି ସୋମବାର ଅଭିଯୋଗ ଶିବିରରେ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ । ପୁରୁଷ ପୁରୁଷ ଧରି ରହି ଆସୁଥିବା ଅଣ ଆଦିବାସୀ ମାନଙ୍କୁ ସେହି ଜମି ଲିଜ୍ ସୂତ୍ରରେ ଦେବା ପାଇଁ ତହସିଲଦାର ମାନେ ବ୍ୟବସ୍ଥା କରିବେ। ଗ୍ରାମ୍ୟ ଜଙ୍ଗଲ ଜମି ସବୁ ଚିହ୍ନଟ ହୋଇ ବ୍ୟାପକ ବୃକ୍ଷ ରୋପଣ କରାଯିବ lବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନେ ସହରାଞ୍ଚଳର ରାସ୍ତା ଘାଟରୁ ଜବର ଦଖଲ ଉଚ୍ଛେଦ କରିବେ। ପ୍ରଶାସନର ସମସ୍ତ ବିଭାଗ ନିର୍ଦ୍ଧାରିତ ରାଜସ୍ୱ ଠିକ୍ ସମୟରେ ସଂଗ୍ରହ କରି ଲୋକମାନଙ୍କ ଦ୍ଵାର ଦେଶରେ ବିଭିନ୍ନ ସେବା ଯୋଗାଇ ଦେବେ। ଏହି ଅବସରରେ ବିଭିନ୍ନ ରାଜସ୍ୱ ନିରୀକ୍ଷକ ମାନଙ୍କୁ କାର୍ଯ୍ୟ ସମ୍ପାଦନ ପାଇଁ ଲାପ୍ ଟପ୍ ପ୍ରଦାନ କରାଯାଇ ଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ