ନୂଆପଡା ଜିଲ୍ଲା ସଦର ମହକୁମାରୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ

Jan 18, 2024 - 21:46
 0  38
ନୂଆପଡା ଜିଲ୍ଲା ସଦର ମହକୁମାରୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ

ନୂଆପଡା : ରାଜ୍ୟ ସରକାର ଙ୍କ ଲକ୍ଷ୍ମୀ ବସ ଯୋଜନାରେ ଆଜିଠାରୁ ଶ୍ରୀ କ୍ଷେତ୍ର ପୁରୀ କୁ ଜିଲ୍ଲା ସଦର ମହକୁମାରୁ ସୁପର ଲକଜରି ବସ ସେବା ଆରମ୍ଭ ହୋଇଯାଇଛି । ଆଜି ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାଷି ମାଧ୍ୟମରେ ୧୨ ଟି ଜିଲ୍ଲାରେ ଏହି ବସ ସେବା ଆରମ୍ଭ କରିଥିବା ବେଳେ ନୂଆପଡା ସଦର ମହକୁମାରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗତରାମ ମାଝି, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦିପିକା ଦୀପ ପ୍ରମୁଖ ଉପସ୍ଥିତ ରହି ଏହି ବସ ସେବାର ଶୁଭାରମ୍ଭ କରିଥିଲେ । ସୂଚନା ଥାଉକି ଏହି ବସ ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ୫୨ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଏହା ସମ୍ପୂର୍ଣ ରୂପେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବାବେଳେ ଯାତ୍ରୀକୁ ଅରାମ ଦାୟକ ଯାତ୍ରାର ଶୁଖତ ଅନୁଭବ ଦେବ । ଏହି ବସ ସେବାପାଇଁ ସତନ୍ତ୍ର ରୂପେ ଚାଳକ ଓ କଣ୍ଡକ୍ଟର ଙ୍କୁ ତାଲିମ ଦିଆଯାଇଛି । ବିଶେଷ କରି ମହିଳା ମାନଙ୍କୁ ସୁଖଦ ଯାହାର ଅନୁଭବ ପ୍ରଦାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ନୂଆପଡା ସଦର ମହକୁମାକୁ ଏହି ବସ ବାହରି କୋମନା, ଖଡ଼ିଆଳ, ବୋଙ୍ଗାମୁଣ୍ଡା ଟିଟିଲାଗଡ, ବଲାଙ୍ଗୀର, ସୋନପୁର ଚାରିଛକ, ଦଶପଲା, ନୟାଗଡ ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ ସବୁଦିନ ରାତି ୮ଟା ସମୟରେ ଏହି ବସ ନୂଆପଡା ରୁ ଛାଡ଼ିବ । ନୂଆପଡାରୁ ପୁରୀକୁ ଏହି ବସ ଭଡା ରହିଛି ମାତ୍ର ୧୪୦୦ ଟଙ୍କା ତେବେ ଏହି ବସ ସେବାର ଲାଭ ନେବାକୁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ଅହ୍ବାନ ଦେଇଛନ୍ତି । ଆଜିର ଏହି ଶୁଭଭଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲାପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝି, ଭରତଲାଲ ରାଉତ, ଜ଼ିଲ୍ଲା ସଡକ ପରିବହନ ଅଧିକାରୀ ମାନା ସିଂ, ନୂଆପଡା ସଦର ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ବରୀ ସାହୁ ଏବଂ ଅନ୍ୟାନ୍ୟ ଜ଼ିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ଏବଂ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ