ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ 'ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ' କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ଯାପକ ଓ କର୍ମଚାରୀ ସଂଘ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଶ୍ବରଂଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତାହ ବ୍ୟାପି ଚାଲୁଥିବା 'ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ' କାର୍ଯ୍ୟକ୍ରମ ଆଜି ନୂଆପଡ଼ା ଜିଲ୍ଲାର ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ଯାପକ ଓ କର୍ମଚାରୀ ସଂଘ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କୁ ସାକ୍ଷାତ କରି ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଦାବିପତ୍ର ପ୍ରଦାନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପତ୍ର ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ଆବଶ୍ଯକୀୟ ସହଯୋଗ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନିମନ୍ତେ ମାନ୍ୟବର ବିଧାୟକ ସମ୍ମତି ପ୍ରଦାନ କରିଥିଲେ । ସଂଘର ଜିଲ୍ଲା ସଂଯୋଜକ ଅଧ୍ଯାପକ ଶିବ ପ୍ରସାଦ ସା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରୋଶନ କମଳ ସାହୁ, ଶୈଳେନ୍ଦ୍ର ଆଚାର୍ଯ୍ୟ, ଦୀପେନ୍ଦ୍ର ମାଝୀ, ବିକାଶ ମୁଙ୍ଗରେ, ମନୀଷ ଦେବାଙ୍ଗନ, ଅଧ୍ଯାପକ ଈଶ୍ୱର ପଟେଲ, ସଚିନ ବାବୁ ପ୍ରମୁଖ ସହଯୋଗ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0