।। ନୂଆ ଓ " ନବୀନ ଓଡ଼ିଶା ପକ୍ଷରୁ ଯୁବ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ।।

Dec 17, 2023 - 19:52
 0  28
।। ନୂଆ ଓ " ନବୀନ ଓଡ଼ିଶା ପକ୍ଷରୁ ଯୁବ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ।।

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ଭାରତ ଯାତ୍ରା ପଡିଆ ଠାରେ ଯୁବ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଦିନ ଭଳିବୋଲ ପ୍ରତିଯୋଗିତା, ଏବଂ ଦ୍ୱିତୀୟ ଦିନ ରେ ୮ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।ଏହା ଆଉ ଦୁଇ ଦିନ ଧରି କ୍ରିକେଟ ପ୍ରତିଯୋଗିତା ହେବା ସୂଚନା ରୁ ଜଣାପଡିଛି lଏହି କ୍ରୀଡା ଉତ୍ସବରେ ପିଇଓ ରମେଶ ଚନ୍ଦ୍ର ମେହେର,ଜିଆରଏସ୍ ସୁଶାନ୍ତ ନାଏକ, ଯୋଗାଣ ସହାୟକ ସରୋଜ କୁମାର ବାଗ ଓ ସମାଜସେବୀ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚାୟତ ର 15ରୁ ଉର୍ଦ୍ଧ କ୍ରିକେଟ ଦଳ କ୍ରିକେଟ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ l ଏହା ତିନି ଦିନ ଧରି ଚାଲୁରହିବା ପ୍ରକାଶ କରିଥିଲେ l ବହୁ ସୁନ୍ଦର ସହ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇ ଥିଲ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ