ନିଶା ନିବାରଣ ସମ୍ବନ୍ଧୀୟ ସାମର୍ଥ ବୃଦ୍ଧି ଶୀର୍ଷକ କର୍ମଶାଳା

Nov 8, 2024 - 20:18
 0  20
ନିଶା ନିବାରଣ ସମ୍ବନ୍ଧୀୟ ସାମର୍ଥ ବୃଦ୍ଧି ଶୀର୍ଷକ କର୍ମଶାଳା

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ , ବାରିପଦା ଓ "ସଂକଳ୍ପ " ର ମିଳିତ ଆନୁକୁଲ୍ୟରେ ପାରୁଳିଆ ଗ୍ରାମ ପଞ୍ଚାୟତ ର ନରେନ୍ଦ୍ର ମୋହନ ବିଦ୍ୟାମନ୍ଦିର ଶ୍ରେଣୀ ପ୍ରକୋଷ୍ଠ ରେ ନିଶା ନିବାରଣ ସାମର୍ଥ ବୃଦ୍ଧି ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । " ସଂକଳ୍ପ" ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ଅତିଥି ମାନଙ୍କର ପରିଚୟ ପୂର୍ବକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏନ୍ ଏମ ବି . ଏମ ର ପ୍ରଧାନ ଶିକ୍ଷକ ଶିବାଜି ଦାସ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କୁଳିଅଣା ସି ଏଚ ସି ର ଅଧିକ୍ଷକ ବୈଜୟନ୍ତୀ ସିଂ , ପି ଏଚ ଇ ଅ ଖୁଲଣା ପରିଡ଼ା , ଅବକାରୀ ବିଭାଗର IIC ( ଆଇ ଆଇ ସି) ଜ୍ଞାନେଶ୍ଵରୀ ବିଶ୍ଵାଳ , ଆଇ ସିଡି ଏସ ର ମହିଳା ପରିଦର୍ଶିକା ପ୍ରମୁଖ ଯୋଗ ଦେଇ ଆଲୋକହଲ , ଗୁଟକା, ହେରୋଇନ , ବ୍ରାଉନ ସୁଗାର , ଚରସ , ଅଫିମ , କଫସିରାଫ ଓ ଧୂମ୍ର ଯୁକ୍ତ ଓ ବିହୀନ ତମାଖୁର କୁ ପ୍ରଭାବ ସମ୍ବନ୍ଧୀୟ ଉପାଦେୟ ବକ୍ତବ୍ୟ ରଖିଥିଲେ । ଅଂଶ ଗ୍ରହଣ କାରି ୟୁଥ୍ ମାନେ ନିଜ ପରିବାରକୁ ନିଶା ମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ । "ସଂକଳ୍ପ" ତରଫରୁ ସ୍ଵେଚ୍ଛାସେବୀ ମାନେ ଆସନ୍ତା ତା - ୭-୧୧-୨୦୨୪ ଠାରୁ ତା - ୧୨-୧୧-୨୦୨୪ ପର୍ଯ୍ୟନ୍ତ ଘର ଘର ବୁଲି ନିଶା ନିବାରଣ ସଚେତନତା ବାର୍ତ୍ତା ପହଞ୍ଚାଇବା ଉପରେ କାର୍ଯ୍ୟ ପନ୍ଥା ସ୍ଥିର କରାଗଲା । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ନିଶା ମୁକ୍ତ ସମାଜ ଗଠନ ଦିଗରେ ଅଂଶ ଗ୍ରହଣ କାରୀ ମାନେ ସହଯୋଗ କରିବେ ବୋଲି ମତ ବ୍ୟକ୍ତ କରିଥିଲେ। "ସଂକଳ୍ପ " ର ରୂପାଲି ବାଗ , ବର୍ଷା ବାରିକ , ଶୁଭମ୍ ଶେଜପଡା , ସୁମନ୍ତ ବାଗ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସ ଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ