ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର:ହାତୀ ଆକ୍ରମଣରେ ମୃତ ସନ୍ଦେହ

Jan 28, 2025 - 06:12
 0  75
ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର:ହାତୀ ଆକ୍ରମଣରେ ମୃତ ସନ୍ଦେହ

ସୋମବାର ରାସଗୋବିନ୍ଦପୁର ବ୍ଲକ ନଳଗଜା ପଞ୍ଚାୟତ ଅନ୍ତରର୍ଗତ ମହୁଲିଆ ଗ୍ରାମର ମହେଶ୍ବର ପାତ୍ରଙ୍କ ପୁଅ ଭରତ ଚନ୍ଦ୍ର ପାତ୍ର ଅନୁମାନ (୫୮) ବର୍ଷଙ୍କ ମୃତଦେହ ମହୁଲିଆ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ ମହୁଲିଆ ଗଜସାଥି ରଘୁନାଥ ହେମ୍ବ୍ରମ ମହୁଲିଆ ଜଙ୍ଗଲରେ ହାତୀ ଘୋଉଡାଉଥିବା ସମୟରେ ଭରତଙ୍କୁ ମୃତ ଅବସ୍ଥାରେ ଜଙ୍ଗଲରେ ପଡିରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।ଗ୍ରାମବାସୀ ମୃତଦେହକୁ ଦେଖି ହାତୀ ଆକ୍ରମଣରେ ଭରତଙ୍କ ମୃତ ହୋଇଥିବା ନେଇ ସନ୍ଦେହ କରିଥିଲେ।ପରେ ଖବର ପାଇ ଘଟଣାସ୍ଥଳକୁ ଫରେଷ୍ଟର ଏବଂ ପୋଲିସ ପହଞ୍ଚି ଶବଟିକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣା ପଡିଛି।ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବରୁ ଭରତ ନିଖୋଜ ଥିଲେ।ପରିବାର ବର୍ଗଙ୍କ ବୋହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରିନଥିଲେ।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ