ନବରଙ୍ଗପୁରରେ ୧୪୦ ଜଣ ବରିଷ୍ଠ ନାଗରିକ ଙ୍କ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୬ .୦୧.୨୦୨୬ ରିଖ: ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ! ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଅଯୋଧ୍ୟା ଓ ବାରାଣାସୀ ଯାତ୍ରା ପାଇଁ ବିବେଚିତ ତୀର୍ଥଯାତ୍ରୀମାନଙ୍କୁ ନେଇ ଆଜି ୪ ଟି ବସ ରାୟଗଡ଼ା ଯାତ୍ରା କରିଛି ! ଏହି ଅବସରରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ବ କରିଥିଲେ ଓ ତୀର୍ଥଯାତ୍ରୀ ମାନଙ୍କୁ ଉତ୍ସାହ ଓ ଶୁଭେଛା ଜଣାଇଥିଲେ ! ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ବିଶେଷ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା ! ଏହି ଶିବିରରେ ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ! ଡାକ୍ତରମାନଙ୍କ ଦ୍ୱାରା ରକ୍ତଚାପ, ଶରୀରିକ ସ୍ଥିତି ଓ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ,ଯାତ୍ରା ପାଇଁ ଉପଯୁକ୍ତ ମୋଟ ୧୪୦ ଜଣ ତୀର୍ଥଯାତ୍ରୀଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲା ! ସମସ୍ତ ଚିକିତ୍ସା ପ୍ରକ୍ରିୟା ସମାପ୍ତି ପରେ ୦୫ ଜଣ ଏସ୍କର୍ଟ ଅଫିସରଙ୍କ ସହଯୋଗରେ ତୀର୍ଥଯାତ୍ରୀ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ୱଜିତ ଚନ୍ଦ୍ର ବର୍ମନ ,ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିରାମ ହରିଜନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସହ ସମସ୍ତ ବ୍ଲକର ସମାଜ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ରହିଥିଲେ ! ଏହି ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନେ ଜୀବନରେ ପବିତ୍ର ତୀର୍ଥଯାତ୍ରାର ଆଧ୍ୟାତ୍ମିକ ଅନୁଭୂତି ଲାଭ କରୁଥିବାରୁ ସରକାରଙ୍କ ଏହି ପ୍ରୟାସ ସାର୍ବଜନୀନ ଭାବେ ପ୍ରଶଂସା ଲାଭ କରିଛି ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0