ନକ୍ସଲ ଅପରେସନରେ ଦୁଇ ମାଓବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ

Jan 21, 2025 - 00:01
 0  9
ନକ୍ସଲ ଅପରେସନରେ ଦୁଇ ମାଓବାଦୀ ନିପାତ ସହ  ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ

ନୂଆପଡା-ଆଜି ନକ୍ସଲ ଅପରେସନରେ ଦୁଇ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି । ଛତିଶଗଡ ସୀମାରେ ଓଡିଶା ଓ ଛତିଶଗଡ ପୋଲିସର ମିଳିତ ଅପରେସନରେ ଏଭଳି ସଫଳତା ମିଳିଛି । ପୋଲିସ ଗୁଳିରେ ଦୁଇ ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ଠୁ ଗୋଟିଏ ଏସଏଲଆର, ୪ଟି ଆଇ ଇ ଡି ଓ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ ହୋଇଥିବା ସୂଚନା ରହିଛି । ଛତିଶଗଡ କୋଲାରିଘାଟ ସଂରକ୍ଷିତ ଜଙ୍ଗଳରେ ବହୁ ମାଓବାଦୀଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିଥିଲା । ନୂଆପଡା ଜିଲ୍ଲାଠୁ ମାତ୍ର ୫କିମି ଦୂରରେ ଏହି ଜଙ୍ଗଳ ରହିଛି । ଗୁଇନ୍ଦା ସୂଚନା ପରେ ଏଠାରେ ଆରମ୍ଭ ହୋଇଥିଲା ଏକ ବଡ ଧରଣର ନକ୍ସଲ ଅପରେସନ । ଏଥିରେ ଓଡିଶା ପୁଲିସ ର ଏସଓଜି, ଛତିଶଗଡ ପୋଲିସର ଇ-୩୦ଫୋର୍ସ ଏବଂ ସିଆରପିଏଫ ଜବାନ ସାମିଲ ହୋଇଥିଲେ । ସକାଳ ପର୍ଯ୍ୟନ୍ତ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ରହିଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ