।। ଧୁମ୍ ଧାମରେ ପାଳିତ ହେଉଛି ତୃତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ।।

Dec 19, 2023 - 19:53
 0  16
।। ଧୁମ୍ ଧାମରେ ପାଳିତ ହେଉଛି  ତୃତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ।।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ନିକଟ ରେ ତୃତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଗୋପପୁରର ଶ୍ରୀକୃଷ୍ଣ ଏବଂ ମଧୁରା ନଗରର ରାଜା କଂସଙ୍କ ମଧ୍ୟରେ ଚାଲିଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକ ମଧ୍ୟରେ ବିଶେଷ ଆକର୍ଷଣ ହୋଇଥିଲା । ଇତିମଧ୍ୟରେ କଂସ ଦରବାରକୁ ଆସିଥିବା ବିଭିନ୍ନ ମାନ୍ୟଗଣ୍ୟ ଅତିଥୀମାନଙ୍କୁ ସମ୍ମାନୀତ କରାଯାଇ କମିଟୀ ତରଫରୁ ଅତିଥି ସତକାର କରାଯାଇଥିଲା। ଏବଂ ମୀନା ବଜାରକୁ ଆସିଥିବା ଖେଳଣା , ଦୋଳି, ଖାଦ୍ୟ ବିଭିନ୍ନ ପ୍ରକାର ଦୋକାନ ବଜାର ଦେଖି ଦର୍ଶକମାନେ ମନମୁଗଧ ହୋଇଥିଲେ । ଆୟୋଜକ କମିଟୀ ବିନୟ କୁମାର ପଣ୍ଡା, ଦିଲିପ ଗଡତ୍ୟା, ବିନୋଦ ସାହୁ, ରଞ୍ଜନ ସାହୁ, ଉଦ୍ଧବ ମେହେର, ସତ୍ୟ ବାଗ,ଆଶିଷ ଭୋଇ, ବାଦଲ ଦଣ୍ଡସେନା, ସନ୍ତୋଷ ପ୍ରଧାନ, ତେଜରାଜ ଦଣ୍ଡସେନା, ହାକାଦେବ ପ୍ରଧାନ, ହରି ବୋଳ ଦାଶ, ପୁରନ ସାହୁ, ସୁଶାନ୍ତ ପ୍ରଧାନ ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।

 ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ