ତୁମୁଡ଼ିବନ୍ଧରେ ‘ବିକାଶର ଧାରା ଓଡ଼ିଶା ସାରା’ ବ୍ଲକ ସ୍ତରୀୟ କୃଷକ ସମ୍ବାଦ; ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଆଲୋଚନା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Jun 25, 2026 - 19:47
 0  41
ତୁମୁଡ଼ିବନ୍ଧରେ ‘ବିକାଶର ଧାରା ଓଡ଼ିଶା ସାରା’ ବ୍ଲକ ସ୍ତରୀୟ କୃଷକ ସମ୍ବାଦ; ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଆଲୋଚନା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କନ୍ଧମାଳ:ତୁମୁଡ଼ିବନ୍ଧ , ତା. ୨୫/୦୬/୨୦୨୬: ‘ବିକାଶର ଧାରା ଓଡ଼ିଶା ସାରା’ ବ୍ଲକ ସ୍ତରୀୟ କୃଷକ ସମ୍ବାଦ , ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ସମ୍ପର୍କିତ ଆଲୋଚନା ଏବଂ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ , ତୁମୁଡ଼ିବନ୍ଧ କୃଷି କାର୍ଯ୍ୟାଳୟ ପରିସର ଭିତରେ ଗୋଷ୍ଠୀ କୃଷି ଅଧିକାରୀ ଅନିଲ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ , ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ , ଭାଜପା ବ୍ଲକ ସଭାପତି ସରମେଶ୍ୱର ମାଝୀ , ବରିଷ୍ଠ ନେତା ନେତ୍ର ମାନସେଠ , ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ହରପାଲ, ଗୋଷ୍ଠୀ କୃଷି ଅଧିକାରୀ ଅନିଲ କୁମାର ବେହେରା, ସହକାରୀ ଉଦ୍ୟାନ ଅଧିକାରୀ ଦେବାଶିଷ ମଲ୍ଲିକ , ସହକାରୀ ମତ୍ସ୍ୟ ଅଧିକାରୀ କେ. ଶର୍ମିଷ୍ଠା ପାତ୍ର , ପ୍ରାଣୀ ଚିକିତ୍ସା ଅଧିକାରୀ ଅନଙ୍ଗ କୁମାର ଦାଶ , ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ବ୍ଲକ କୃଷକ ମୋର୍ଚ୍ଚା ସଭାପତି ଜଳେନ୍ଦ୍ର ପାତ୍ରଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି କ୍ଷେତ୍ରର ନୂତନ ପ୍ରଯୁକ୍ତି, ପ୍ରାକୃତିକ ଚାଷ ପଦ୍ଧତି , ଜୈବିକ କୃଷିର ଗୁରୁତ୍ୱ ଓ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ ହୋଇଥିଲେ। ବିଶେଷଜ୍ଞମାନେ କୃଷକମାନଙ୍କୁ ଉନ୍ନତ ଚାଷ ପଦ୍ଧତି ଉତ୍ପାଦନ ବୃଦ୍ଧି କରିବା ସହ ପରିବେଶ ଅନୁକୂଳ କୃଷିକୁ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସୁଚାରୁ ପରିଚାଳନା ଓ ଉପଯୋଗୀ ଆଲୋଚନାକୁ କୃଷକମାନେ ପ୍ରଶଂସା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ କୃଷି ବିଭାଗର କର୍ମଚାରୀମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସକ୍ରିୟ ସହଯୋଗ କରିଥିବା ଜଣାପଡ଼ିଛି।

ରିପୋର୍ଟ: ରଙ୍ଗନାଥ ବଡ଼ସେଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ