ତାରିଣୀ ପୀଠରେ ବିଷୁବସଂକ୍ରାନ୍ତି ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୦୪.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ବେହେଡା ଗ୍ରାମ ଠାରେ ମାଁଙ୍କ ଯାତ୍ରା ଗତ ବୁଧବାର ଠାରୁ ଆରମ୍ଭ ହୋଇ ତା:୧୪.୦୪.୨୦୨୫ ରିଖ ( ସୋମବାର ) ଦିନ ପର୍ଯ୍ୟନ୍ତ ମାଁ ଘଟଗାଁ ତାରିଣୀ ପୀଠ ଵିଧି ଅନୁଯାୟୀ ପାଳିତ ହୋଇଯାଇଛି ! ଗତ ତା: ୦୯.୦୪.୨୦୨୫ ରିଖ: ରେ ଏକ ଶୋଭାଯାତ୍ରା ରେ ମାନସିକ ଧାରୀ ମାନେ ତେଲନଦୀ ରୁ ପାଣି ଧରି ମନ୍ଦିର ନିକଟରେ ଅର୍ପଣ କରିଥିଲେ ! ସୂର୍ଯ୍ୟପୂଜା, ଘଟପୂଜା,ବନଦୁର୍ଗା,କାଳୀ ବେଶ, ଚଣ୍ଡୀବେଶ,ଅପରାଜିତା ବେଶ, ଗାୟତ୍ରୀ ବେଶ ଏହିପରି ମାଁ ପ୍ରତେକ ଦିନ ନୁଆଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ, ଯାହାକୁ ଦେଖିବାକୁ ବହୁତ ଲୋକ ସମାଗମ ହୋଇଥିଲେ ! ପଣlସଂକ୍ରାନ୍ତି ଦିନ ସକାଳୁ ପଣା ଭୋଗ ଭକ୍ତ ପାଇଥିଲେ,ପରେ ଦିନ ୧୨ ଘଣ୍ଟିକା ସମୟରେ କମିଟି ତରଫରୁ ଅର୍ଣ୍ଣ ଭୋଗର ବ୍ୟବସ୍ଥା ହୋଇଥିଲା ! ଏଥିରେ ହଜାର ହଜାର ଭକ୍ତ ଆସି ମାଁଙ୍କ କୃପା ଲାଭ ଶହ କମିଟି ତରଫରୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଏତେ ବଡ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ! ଦିନବେଳେ ବିଭିନ୍ନ ପ୍ରକାର ଭଳିକି ଭଳି ପସରା ସହ ସବୁ ଜିନିଷ କିଣାକିଣି କରିଥିଲେ ! ରାତ୍ରରେ କମିଟି ତରଫରୁ ଦେଶିଆ ନାଟ ପରିବେଷଣ ହୋଇଥିଲା ! ସନ୍ଧ୍ୟା ସମୟରେ ମାଁଙ୍କ ଆଳତି ରେ ସବୁ ଭକ୍ତମାନେ ଭାଗ ନେଇଥିଲେ,ପୂଜାରୀ ଶ୍ରୀ ସୁଦାମ ମିଶ୍ର ଆଳତିକୁ ମନ୍ଦିର ପରିକ୍ରମା ସମୟରେ ଭକ୍ତମାନେ ନିଜ ଇଚ୍ଛାରେ ପରିକ୍ରମାରେ ସମ୍ପୂର୍ଣ ଭାବବିହଳ ଭକ୍ତି ଜାଗ୍ରତ ହୋଇଥିଲା ! ଲୋକଙ୍କ କହିବା ଅନୁସାରେ ଦକ୍ଷିଣ ଓଡିଶାରେ ମାଁ ତାରିଣୀ ଦେଖିଲେ ମାଁ ଘଟଗାଁ ଭଳି ଅନୁଭୂତି ମିଳିଲା, କମିଟି ଓ ପ୍ରଶାସନ ପୁରାପୁରି ଭାବରେ ସହଯୋଗ କରି ବହୁତ ସୁନ୍ଦର ଦର୍ଶନ ବ୍ୟବସ୍ଥା ସହ ପ୍ରସାଦ ସେବନ ବି ଶୃଙ୍ଖଳା ଭାବରେ ହୋଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






