ଡାବୁଗାଁ ରେ ଧୂମଧାମରେ ପାଳିତ ଲୋକ ମହୋତ୍ସବ ମଣ୍ଡେଇ

Nov 29, 2024 - 11:57
 0  49
ଡାବୁଗାଁ ରେ ଧୂମଧାମରେ ପାଳିତ ଲୋକ ମହୋତ୍ସବ ମଣ୍ଡେଇ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ଧୂମଧାମରେ ପାଳିତ ହୋଇ ଯାଇଛି ଲୋକ ମହୋତ୍ସବ ମଣ୍ଡେଇ ! ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ୍ ଭୋଇ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ବିଜେପି ନେତା ସୋମନାଥ ପୂଜାରୀ,ସଭାପତି ଜେ. ରାଜଶେଖର ରାଓ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ପାତ୍ର, ଭୂଜବଳ ମାଝି ,ଏମ୍ ଆପା ରାଓ, ବିଜେଡ଼ି ସଭାପତି ସୁରେନ୍ଦ୍ର ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ ଓ ଧନସିଂ ଭତ୍ରା, ଝରିଗାଁ ବ୍ଳକ ଅଧ୍ୟକ୍ଷ ପ୍ରଲାଦ ଭତ୍ରା ,ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର,ସଭାପତି ପ୍ରଜ୍ଞା ପରିଡ଼ା, ଉପ ସଭାପତି ଗଗନ ଗନ୍ତାୟତ, କୋଷାଧ୍ୟକ୍ଷ କନ୍ନେୟା ଲାଲ୍ ଗୁପ୍ତା ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର, ଡାବୁଗାଁ ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ, ବରିଷ୍ଠ ନାଗରିକ ତଥା ଅନ୍ୟମାନେ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ମାଁ ଦୁଲାର୍ଦେଈ ଙ୍କ ମନ୍ଦିର ରୁ ବାହାରି ଭୈରବ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ ! ଉକ୍ତ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ! ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ରେ କାର୍ଯ୍ୟରତ ଭଉଣୀମାନେ ଏବଂ ଅନେକ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ