।। ଡ଼୍ରାଇଭର ସଂଘ ଓ ପୂଜା କମିଟି ପକ୍ଷରୁ ବିଶ୍ୱ କର୍ମା ପୂଜା ପାଳିତ ।।

Sep 18, 2023 - 19:19
 0  37
।। ଡ଼୍ରାଇଭର ସଂଘ ଓ ପୂଜା କମିଟି ପକ୍ଷରୁ ବିଶ୍ୱ କର୍ମା ପୂଜା ପାଳିତ ।।

ଆଜି ପରି ଏକ ପବିତ୍ର ଦିନ ରେ ଚଳଚଞ୍ଚଳ ହୋଇ ଉଠୁଛି ଗାଆଁ ଠୁ ସହର ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ବ କର୍ମା । ବିଶ୍ବ କର୍ମା ପୂଜା ରୂପେ ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମଙ୍ଗଳ ପୁର ଗ୍ରାମ ପଞ୍ଚାୟତ ଡ଼୍ରାଇଭର ମହାସଂଘ ଓ ରଜାମୁଣ୍ଡା ପୂଜା କମିଟି ପକ୍ଷରୁ ବିଶ୍ଵ କର୍ମା ପୂଜା ପାଳିତ ହୋଇ ଯାଇଛି।

ଏହି କାର୍ଯ୍ୟ କ୍ରମରେ ଲାଞ୍ଜିଗଡ଼ ବିଧାୟ ପ୍ରଦୀପ ଦି ସାରି ଯୋଗ ଦେଇ କାର୍ଯ୍ୟ କ୍ରମ କୁ ଆଗେଇ ନେଇ ଥିବା ବେଳେ ପୂଜକ ଶ୍ରୀ ପଣ୍ଡା ପୂଜା କାର୍ଯ୍ୟ ତୁଲାଇ ଥିଲେ ଏବଂ ରତନା ରଣା, ହରବତି ରଣା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ଯ କ୍ରମ ରେ ଡ଼୍ରାଇଭର ସଂଘ ର ସଭାପତି:- ମୋନଜ କୁମାର ତ୍ରିପାଠୀ , ଉପ ସଭପତି:- ମହେନ୍ଦ୍ର ନାଏକ, ସଚିବ :- ଶଙ୍କର ବିଶି, ଯୁଗ୍ମ ସଚିବ :- ଅରୁଣ ରାଉତ, କୋଷାଧ୍ୟକ୍ଷ:- ମଧୁ ରାଉତ ଆଡମିନ:- ଟୁନା ସାହୁ, ପୁସ୍ତମ ସାହୁ ଅନୁଷ୍ଠାନ ସମସ୍ତ ଗାଡି ଚାଳକ ଉପସ୍ଥିତ ରହି ସହଯୋଗ କରିଥିଲେ ।‌

ଏବଂ ପୂଜା କମିଟି ର ସଭାପତି:- ଯୁଧେଷ୍ଟି ରଣା, ସଚିବ:-ହୃଷିକେଶ ନାଏକ, କୋଷାଧ୍ୟକ୍ଷ :- ଫକିର ଦୁର୍ଗା, କମିଟି ପରିଚାଳକ:- ମାଧବ ଚନ୍ଦ୍ର ବାଗ, ଟୁନା ନାଏକ କମିଟି ର ସମସ୍ତ ସଦସ୍ୟ ଓ ରାଜ ମିସ୍ତ୍ରୀ, କାର୍ପେଣ୍ଟର୍ ଉପସ୍ଥିତ ରହି କାର୍ଯ୍ୟ ରେ ସହ ଯୋଗ କରୁଥିଲେ।

ଏହି ଅବସରରେ ବିଶ୍ୱକର୍ମାଙ୍କୁ ଦର୍ଶନ କରି ତାଙ୍କ ପୂଜା ଓ ଆଶ୍ରିର୍ବାଦ ଲାଭ କରିବା ନିମନ୍ତେ ବହୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ