ଜଙ୍ଗଲ ନିଆଁ ର ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

Jan 24, 2025 - 15:12
 0  83
ଜଙ୍ଗଲ ନିଆଁ ର ପ୍ରତିରୋଧ ଓ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

ଚନ୍ଦ୍ରପୁର : ଆଦ୍ୟ ତା : ୨୪/୦୧/୨୦୨୫ ରିଖ। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ୍ ସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମରେ ଡାଙ୍ଗସୋରଡା ବନପାଳ ଅଧିକାରୀ ସୁଜାତା ସୁନା ମୁଦି ଙ୍କ ନେତୃତ୍ୱରେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ଉଲାକା, ଓ ପ୍ରସାଦ ସାହୁକାର,ଙ୍କ ଉପସ୍ଥିତି ଦ୍ଵାରା ଗ୍ରିନ୍ ସିଗ୍ନାଲ ପତାକାକୁ ଦେଖାଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ ।ପରେ ଏହି କାର୍ଯ୍ୟକ୍ରମ ଡାଙ୍ଗସୋରଡା ଫରେଷ୍ଟ କାର୍ଯ୍ୟଳୟ ପରିସରରୁ ବାହାରି ଗୋଇଗୁଡା ଠାରୁ ଡାଙ୍ଗସୋରଡା ଦେଇ ହନୁମନ୍ତପୁର ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଯୋଗେ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟ ଗାର୍ଡ କୁନି କୁସୁଲିଆ , ବିଶ୍ବଜିତ ମହାରାଣା, ଙ୍କ ଉପସ୍ଥିତି ରହି ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ସ୍ଲୋଗାନ ଦେଇ ସଚେତନତା ରାଲି କରାଯାଇଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ। ଜଙ୍ଗଲ ରେ ନିଆଁ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଜଙ୍ଗଲ ଓ ବନ୍ୟ ପ୍ରାଣୀ ଆମର ଅମ୍ବଲ୍ଯ ସମ୍ପଦ। ତେଣୁ ବେଣ୍ଟ ଶିକାର ଏବଂ ପଡ଼ୁ ଚାଷ କରନ୍ତୁ ନାହିଁ। ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ ଠାରୁ ଦୂରେଇ ରୁହ। ପଡ଼ୁ ଚାଷ ପାଇଁ ନିଆଁ ଲଗାଇବା ସେ ଅପରାଧ ହୋଇ ଦଣ୍ଡ ପାଇବା। ଧରଣୀ ମାଁ ରୁଣ ସୁଝିବା ସେ କୋଳେ ଧରୀଥିବା। ବନ ରଖିବା ଆମରୀ କର୍ତ୍ତବ୍ୟ । ଆମରୀ ପଣ ଜଙ୍ଗଲ ସୁରକ୍ଷା କରିବା ଜାଣ। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ମାଟି ପାଣି ଯେ ପବନ ଦିଏ ସେହିତ ଜଙ୍ଗଲ ଜୀବନ ଦିଏ, ଅପରାଧୀ ଅଟଇ ସିଏ ପଡୁଚାଷ କରୁଛି ଯିଏ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା , ଭାଇ ଭଉଣୀ ଜାଗ୍ରତ ହୁଅ ଅପରାଧୀ ଅଟଇ ସିଏ, ପଡୁଚାଷ କରୁଛି ଯିଏ ପଡୁ ଚାଷ ଠାରୁ ଦୁରେଇ ରୁହ ଜଙ୍ଗଲ ଯୋଗାଏ ପାଣି ବନ ସେଇତ ଆମର ଜୀବନ ଧନ ରହିଲେ ବଞ୍ଚିବେ ଜନ । ଗଜକୁ ନକରିବ ହିନ ଗଯ ହେଉଛି ଲକ୍ଷ୍ମୀ ସମାନ । ବନ୍ୟପ୍ରାଣୀ ଯନ୍ତୁ କୁ ଆମେ ସୁରକ୍ଷା ଦେବା ଜଙ୍ଗଲ କୁ ଆମେ ଗଛ ତରୁଲତା ବଣ ପାହାଡ ସୁନ୍ଦର ପ୍ରାକୃତିକ ବେଳାଭୂମି କୁ ସବୁ ଦେଖିବା ଏହି ପରି ଅନେକ ବାର୍ତ୍ତା ଦେଇ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦେଇ ଥିଲେ,। ଏଥି ସହ ଗାମ୍ବାଗୁଡି, ନାଇଡୁ ଗୁଡା, ଢ଼ୁକୁମ ପଞ୍ଚାୟତ ର କାଚାପାଜୁ,କୁରୁମ୍ ଗୁଡା, ଭଳି ବିଭିନ୍ନ ଗ୍ରାମରେ ଯାଇ ଲୋକମାନଙ୍କ ପାଖରେ ପହଞ୍ଚି ଭୋଲି ବଲ ନେଟ ଦେଇ ସଚେତନତା କରିଥିବା ବନପାଳ ଅଧିକାରୀ କହିଛନ୍ତି। ଏହି ସଚେତନତା ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ରୁତୁ ରେ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିରାକରଣ କରିବା ଓ ଜଙ୍ଗଲ କିପରି ନିଆଁ ନ ଲାଗିବା ସେହି ଉପରେ ସଚେତନତା ପ୍ରୟାସ ରଖିବା ପାଇଁ ଏହି ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସେଥିରେ ବିଭିନ୍ନ ଗାଁ ଗହଳିର ଲୋକେ ବନ ବିଭାଗ ଅଧିକାରୀମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ସହଯୋଗ ର ହାତ ବଢ଼େଇ ରାଲି କରାଯାଇଥିବା ଦେଖିବାକୁ ମିଳିଛି। ଏହି ଦିଗରେ ଜଙ୍ଗଲ ନିଆଁ ଲାଗିବା ଦ୍ବାରା ମାନବ ସମାଜ ଉପରେ କୁପ୍ରଭାବ ପଡ଼େ ସେହି ଉପରେ ଆଜି ଜଙ୍ଗଲ ନିବାରଣ କାର୍ଯ୍ୟକ୍ରମ ସଚେତନତା ଡାଙ୍ଗସୋରଡା ଫରେଷ୍ଟ ଅଫିସ ଠାରେ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଡାଙ୍ଗସୋରଡା ପଞ୍ଚାୟତ ର ଆଖି ପାଖ ଅଞ୍ଚଳରୁ ଅନେକ ଗଜ ସାଥୀ ଓ ଅଭିଭାବକଙ୍କ ମଧ୍ୟରେ ଯୋଗ ଦାନଦେଇ ଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ