ଚୁରାଗାଁ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ରେ ବେଲୁନ ଦ୍ୱାରା ସଚେତନତା ।

Nov 10, 2024 - 09:04
 0  18
ଚୁରାଗାଁ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ରେ ବେଲୁନ ଦ୍ୱାରା ସଚେତନତା ।

୧୦/୧୧ /୨୦୨୪(ଫାଷ୍ଟ ନ୍ୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ବନ୍ଧକନା ପଂଚାୟତ ଅନ୍ତର୍ଗତ ଚୁରାଗାଁ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ଠାରେ,ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏବଂ ବିଦ୍ୟାଳୟ ର ବିଜ୍ଞାନ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ବିପିନ ବିହାରୀ ନାୟକ ଙ୍କ ତତ୍ୱାବଧାନ ରେ ବେଲୁନ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ବର୍ତମାନ ଶୀତ ସମୟ ଚାଲିଥିବା ବେଳେ ଏହି ସମୟ ରେ ଥଣ୍ଡା, କାଶ, କଫ ଓ ଶ୍ୱାସ କ୍ରିୟା ଜନିତ ସମସ୍ୟା ଦେଖା ଯାଏ। ଏଣୁ ଆମ ଶରୀର ରେ ଥିବା ସ୍ୱସନ ଯନ୍ତ୍ର ଫୁସ ଫୁସ କେତେ ସୁସ୍ଥ ଜାଣିବା ପାଇଁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଟି କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ନିକଟସ୍ଥ ସମସ୍ତ ଗ୍ରାମରେ କରାଯିବା ର ଯୋଜନା ରହିଛି।ଯୋଉଁମାନଙ୍କ ଫୁସ ଫୁସ ର କ୍ଷମତା କମିଯିବାର ଦେଖା ଯାଏ ତାଙ୍କୁ ସାଧାରଣ ଏହି ବେଲୁନ ର ବ୍ୟାୟାମ କରିବା ସହିତ ଡାକ୍ତର ଙ୍କ ପରାମର୍ଶ ଲାଗି ପରାମର୍ଶ ଦିଆଯାଉଛି।କାରଣ ସ୍ୱାସ୍ଥ୍ୟ ଠିକ ରହିଲେ ମନ ଠିକ ରହେ। ସୁସ୍ଥ ମନ ଟିଏ ସୁସ୍ଥ ସମାଜ ଗଠନ ପାଇଁ ଚିନ୍ତା କରି ପାରେ।

 କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ