ଚଲାଣପୁଟ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

କୋରାପୁଟ,ତାରିଖ ୦୪/୦୪/୨୫ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଚଲାଣପୁଟ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ହୋଇଛି l ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସଂମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପୁଳ ଡଙ୍ଗରି ବିଦ୍ୟାଳୟ ପାରିଚାଳନା କମିଟିର ସଭାପତି ଶ୍ୟାମ ମୁର୍ଜା ବିଧାୟକ ପ୍ରତିନିଧି ଧନପତି ସୁପିଆ ସୋମନାଥ ମୁର୍ଜା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ପଣ୍ଡା ସହକାରୀ ଶିକ୍ଷୟିତ୍ରୀ କୁମାରୀ ଦୀପିକା ଜେନା l ଚଲାଣପୁଟ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ପିତା ମାତା ଭଦ୍ରବ୍ୟକ୍ତି ଯୋଗଦେଇଥିଲେ l ଏହି ବାର୍ଷିକ ଉତ୍ସବରେ ଲମ୍ବଡିଆଁ ଉଚ୍ଚଡିଆଁ ସଂଗୀତ ନୁର୍ତ୍ୟ ବକୃତା ଦୌଡ଼ ଏବଂ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ପ୍ରଥମ ଦ୍ୱତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଥିବା ମୁଖ୍ୟ ଅତିଥି ସଂମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ପ୍ରଥମ ବାର୍ଷିକ ଉତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଚଲାଣପୁଟ ବିଦ୍ୟାଳୟ ଆଗାମୀ ଦିନରେ ଏକ ଆଦର୍ଶ ବିଦ୍ୟାଳୟ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅବିଭାବକ ମାନଙ୍କ ସହଯୋଗ ଦରକାର ବୋଲି ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି କହିଛନ୍ତି ।
ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






