।। କୋରାପୁଟ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ତରଫରୁ କ୍ୟାଣ୍ଡେଲ ରାଲି ।।

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ରବିବାର ଦିନ କୋରାପୁଟ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ତରଫରୁ ଏକ କ୍ୟାଣ୍ଡେଲ ରାଲି କରାଯାଇଥିଲା । ମୃତ ମହିଳା ଡାକ୍ତରଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କୋରାପୁଟ ଜେଇଏଲସି ଚର୍ଚ୍ଚର ଡିନ ବିରଞ୍ଚି ଖୋସଲା ଦାବି କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଶତାଧିକ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ପୁରୁଷ ଓ ମହିଳା ମାନେ ରେଲୱେ ଛକଠାରୁ ଏକ କ୍ୟାଣ୍ଡେଲ ରାଲି କରି କୋରାପୁଟ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । କୋରାପୁଟ ବସଷ୍ଟାଣ୍ଡ ରେ ସ୍ଥାପିତ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ୟାଣ୍ଡେଲ ଲଗାଇ ମୃତ ମହିଳା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସମବେଦନା ଜଣାଇଛନ୍ତି।
କୋରାପୁଟ ରୂ ରୂପ ଖରା ଙ୍କ ରିପୋର୍ଟ First news Odisha
What's Your Reaction?






