କେବେ ଶେଷ ହେବ ଗ୍ରାମ ପଞ୍ଚାୟତ କାର୍ଯାଳୟ

Jul 11, 2025 - 20:21
 0  114
କେବେ ଶେଷ ହେବ ଗ୍ରାମ ପଞ୍ଚାୟତ କାର୍ଯାଳୟ

ଓଡିଶା ରାଜ୍ୟର ପ୍ରତେକ ବ୍ଲକ ରେ ଗ୍ରାମ ପଂଚାୟତ ସ୍ଥାପନ କରାଯାଉ ଥୁବା ଵେଲେ ବିଜେଡି ଶାସନ ସମୟ ରେ ନୂତନ ଗ୍ରାମ ପଞ୍ଚାୟତ ଗଠନ କରାଗଲା, ସେ ନେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ କରିବା ନିମନ୍ତେ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଗଲା l ତଥାପି ଅଧିକାଂଶ ଜାଗା ରେ ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇ ପାରିଲିନି l ଯାହା ଫଳରେ ହିତାଧିକାରୀ କାର୍ଯ୍ୟାଳୟ ନ ଥିବା ଯୋଗୁଁ ବିଭିନ୍ନ ସମୟ ରେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଗ୍ରାମ ପଂଚାୟତ କୁ ଗୁରୁତ୍ୱପୁର୍ଣ୍ଣ କାର୍ଯାଳୟ ହୋଇ ଥିବା ବେଳେ ଏହି କାର୍ଯାଳୟ ନିର୍ମାଣ ଅନିୟମିତତା ଦେଖା ଦେଇଛି l ଦୀର୍ଘ ବର୍ଷ ହେଲା ଗ୍ରାମ ପଂଚାୟତ କାର୍ଯାଳୟ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଜନ ଅସ୍ତୁଷ୍ଟ ପ୍ରକାଶ ପାଇଥିବା ଜଣାପଡି ଛି l ଏହି ଭଲି ଏକ ନୂତନ ଗ୍ରାମ ପଂଚାୟତ ସ୍ଥାପନ କରାଯାଇଛି ହେଲେ ନିଜସ୍ୱ ଗ୍ରାମ ପଂଚାୟତ କୋଠା ନାହିଁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ରେ ନୂତନ ନିର୍ମାଣ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଶେଷ ହୋଇନାହିଁ l ଏହାକୁ ନେଇ ଆମ ଗଣମାଧ୍ୟମ ପ୍ରତିନିଧି ତଥ୍ୟ ସୂଚନା ମାଗିବାରୁ ପଞ୍ଚାୟତ ନିର୍ବାହ କନିଷ୍ଠ ଯନ୍ତ୍ରୀ ତଥ୍ୟ ସୂଚନା ଦେବାକୁ ନାରାଜ l ତଥ୍ୟ ନ ଦେବାର କାରଣ କୋଠା ନିର୍ମାଣ ଭିତରେ କିଛି ରହସ୍ୟ ଥିବା ଅନୁମାନ କରାଯାଉଛି l ଯାହା କି କଥା ହାଟରେ ପଡି ଦାଣ୍ଡରେ ପଡିବା ଭୟ ରେ ଦେଉନାହାନ୍ତି ବୋଳି ପଞ୍ଚାୟତ ବାସୀ ଆଲୋଚନା କରୁଛନ୍ତି l ବିନା ସୂଚନା ଫଲକରେ କାର୍ଯ୍ୟ କରିବଥିବା ଜଣାପଡିଛି l କେବଳ ଏଠି ମାଲମାଲ ରାଜନେତା ଓ ପାୱାର ଥିବା କିଛି ଜନ ପ୍ରତିନିଧି ବି ଅଛନ୍ତି ଆଉ ପୂର୍ଵ ସମୟ ଥିଲେ କିନ୍ତୁ ଏଠି ଠିକା କାମ ରେ ସମସ୍ତେ ବ୍ୟସ୍ତ ସାଧାରଣ ଜନତା ହୋଇରାଣ ହେଲେ ତାଙ୍କର କିଛି ଯାଏଁ ଆସେ ନାହିଁ ବୋଲି ସାଧାରଣ ଜନତା ରେ ଚର୍ଚ୍ଚା ବିଷୟ ପାଲଟିଛି l ତେଣୁ ଏହାକୁ ପ୍ରଶାସନ ଉଚ୍ଚପଦାଧିକାରୀ ସଠିକ ତଦନ୍ତ କରି ପଞ୍ଚାୟତ କାର୍ଯ୍ୟାଳୟ କୋଠା ରେ ରହସ୍ୟ ପଦାକୁ ଆସିପାରିବ ବୋଲି ପଂଚାୟତ ବାସୀ ପ୍ରକାଶ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ