କୁଲାହାରି ଘାଟରେ ଏନ୍କାଉଣ୍ଟର, 16 ମାଓବାଦୀ ନିପାତ ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ 16 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ନୂଆପଡ଼ା ଏସ୍ପି ରଘବେନ୍ଦ୍ର ଗୁଣ୍ଡଳା ରେଡ୍ଡୀ ସୂଚନା ଦେଇଛନ୍ତି । ସୂଚନାଥାଉକି, ଗରିଆବନ୍ଧ ପୁଲିସ ଅଧ୍ଵନସ୍ଥ କୁଲାହାରୀ ଘାଟ ଅଞ୍ଚଳରେ ମାଓ ଗତିବିଧ ପରିଲକ୍ଷିତ ହୋଇଥିଲା। ଏହାକୁ ନେଇ ଓଡିଶା, ଛତିଶଗଡ଼ ପୁଲିସ ଓ ସିଆପିଏଫ୍ ଯବାନଙ୍କ ଏକ ସମ୍ମି ଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ମାଓ ଅପରେସନ୍ରେ ୧୦ଟି ଟିମ୍ ଗଠିତ ହୋଇ ଏହି ଅପରେସନକୁ ପରିଚାଳିତ କରୁଥିଲେ। ତିନି ଏସ୍ଓଜି ଯବାନ ସମେତ ୨ ଗୋଟି ଛତିଶଗଡ଼ ସୁରକ୍ଷା ଯନ୍ ଏବଂ ୫ ଗୋଟି ସିଆର୍ପିଏଫ୍ ବାଟାଲିଅନ ସାମିଲ ହୋଇଥିଲେ । ଉଭାୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର୍ ଏବଂ ୩ଟି ଆଇଡି ମିଳିଛି। ମୃତ ଦୁଇ ମାଓବାଦୀ ହେଲେ ଧନତରୀ, ଗରିଆବନ୍ଧ ଓ ନୂଆପଡ଼ା ଡିଭିଜନ କମିଟି ବୋଲି ଜଣାପଡିଛି । ୫୦୦ ମିଟର ଦୂରତାରେ ମାଓମାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନମାନେ ସୂଚନା ପାଇ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥଲା। ସେହି ଅନୁଯାୟୀ, ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି ଏହି ସମ୍ମିଳିତ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ପୋଲିସ ପକ୍ଷରୁ ଅଭିଯାନ ଏବେ ମଧ୍ୟ ଜାରି ରହିଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






