କିର୍ମିରା ପିଏମଶ୍ରୀ ହାଇସ୍କୁଲର ବାର୍ଷିକ କ୍ରିଡା
କିର୍ମିରା୧୮।୧୨(*ଫାଷ୍ଟ ନିଉଜ ଓଡ଼ିଶା*)କିର୍ମିରା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ହୋଇଛି।ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂହଙ୍କ ତତ୍ତ୍ବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ସଂଜିବ କୁଲୁ ମୁଖ୍ୟଅତିଥି ଭାରେ ଯୋଗଦେଇ କ୍ରିଡା ପତକା ଉତ୍ତୋଳନ କରି ଆରମ୍ଭ କରିଥିଲେ।ଉଦଯାପନୀ ଉତ୍ସବରେ ବିଡିଓ ଅଭିନାଶ ଲାକ୍ରା ମୁଖ୍ୟ ଅତିଥି,ବିଇଓ ଜୟନାରାୟଣ ପଣ୍ତା,ସରପଞ୍ଚ ସନ୍ତୋଷିନୀ ପଟେଲ,ଏସଏମସି ସଭାପତି ଭରତ ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କୄତି ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ।ରୋହିତ ମୁଣ୍ତା ଓ ଉଷା ମୁଣ୍ତା ଚମ୍ପିଆନ ହୋଇଥିଲେ।ଖେଳ ଶିକ୍ଷକ ଅମୀୟ ଷଣ୍ତ,ସଞ୍ଜୟ ବେହେରା,ଅକ୍ଷୟ ନାଏକ ପ୍ରତିଯୋଗିତାକୁ ପରିଚାଲନା କରିଥିଲେ।ଶିକ୍ଷକ କୌଶିକ ବେହେରା ମଞ୍ଚ ପରିଚିନା କରିଥିଲେ।ଶିକ୍ଷକ ଆଦିତ୍ୟ ମିଶ୍ର,ସୁଶୀଲ ପାଣ୍ତେ, ସୁରଜ ସାହୁ,ଶିକ୍ଷୟତ୍ରୀ ସଙ୍ଗିତା ନାୟକ,ଶିକ୍ଷା ରାୟ,ନିକିତା ବାଗ,ଦେବକୀ ଖୁଣ୍ଟିଆ,ବବି ନାଏକ,ତପସ୍ମିନୀ ରନବିଡା, ସହଯୋଗ କରିଥିଲେ।ଶିକ୍ଷକ ବିକାଶ ଭୋଇ ଧନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ _First News Odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0