।। ଏସବିଆଇ ଏଟିଏମ ଭାଙ୍ଗି ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟ ।।

Dec 4, 2023 - 20:16
 0  43
।। ଏସବିଆଇ ଏଟିଏମ ଭାଙ୍ଗି ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟ ।।

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ମିସନ ହସପିଟାଲ ପାଖ ଏସବିଆଇ ଏଟିଏମ କୁ ଭାଙ୍ଗି ଲକ୍ଷାଧିକ ଟଙ୍କା ଡକାୟତି ହୋଇଥିବା ଜଣାପଡିଛି। ଗତକାଲି ରାତ୍ରି ସମୟ ରେ କିଛି ଦୁର୍ବୃତ୍ତ ମାନେ ଗ୍ୟାସ କଟର ମେସିନ ଦ୍ବାରା ଏଟିଏମ ମେସିନ କୁ କାଟି ପ୍ରାୟ ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ନେଇ ଯାଇଥିବା ଖଡିଆଳ ଏସ.ବି.ଆଇ. ବ୍ୟାଙ୍କ ମୂଖ୍ୟ ପ୍ରବନ୍ଧକ ଦେବୀ ପ୍ରସାଦ ମିଶ୍ର ଖଡିଆଳ ଥାନା ରେ ଏ ନେଇ ଏତଲା ଦେଇଛନ୍ତି । ଖଡିଆଳ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତନାଘନା ତଦନ୍ତ ଚଲାଇଥିବା ବେଳେ ଏ ସଂପର୍କ ରେ ଆଇ.ଆଇ.ସି. ପ୍ରଦୀପ କୁମାର ଧରୁଆ ଓ ଏସଡିପିଓ ଅରୁପ ଅଭିଷେକ ବେହେରା ଗଣ ମାଧ୍ୟମ ଆଗରେ ପ୍ରକାଶ କରି କହିଛନ୍ତି ଯେ, ଚୋର ମାନଙ୍କୁ ଧରିବାର ପ୍ରୟାସ ଜାରି ଅଛି । ଖବର ଲେଖା ହେବା ଯାଏଁ ଏ ପର୍ୟ୍ୟନ୍ତ ଏସ. ବି.ଆଇ. ଏଟିଏମ୍ ଟଙ୍କା ଚୋରଙ୍କୁ ଠାବ କରାଯାଇ ପାରି ନାହିଁ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ