।। ଏମ୍.ବି.କେ ସାଜିଲା ଦୋଲାଲ , ସ୍ୱୟଂ ସହାୟିକା ଗୋଷ୍ଠୀ ରୁ ହଉଛି ଟଙ୍କା ହଡ଼ପ ।।

May 8, 2024 - 15:25
May 8, 2024 - 18:50
 0  207
।। ଏମ୍.ବି.କେ ସାଜିଲା ଦୋଲାଲ , ସ୍ୱୟଂ ସହାୟିକା ଗୋଷ୍ଠୀ ରୁ ହଉଛି ଟଙ୍କା ହଡ଼ପ ।।

କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଳକ, ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତାପଦର୍ ଗ୍ରାମର ମାଁ ଡୋକରୀ ସ୍ବୟଂ ସହାୟିକା ଗୋଷ୍ଠୀ ର ସମ୍ପାଦିକା ବେଲମତି ନାଏକ ଏବଂ ସଭାନେତ୍ରୀ ପାର୍ବତୀ ଗୌନ୍ତିଆ ଙ୍କ ସହ ଗ୍ରୁପ୍ ର ମେମ୍ବର ଙ୍କ ଋଣ ପଇସା ଲୁଟ ଅଭିଯୋଗରେ ଥାନାରେ ଏତଲା । ମାଁ ଡକୋରି ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତାରୁ ଚାରୀ ଲକ୍ଷ୍ୟ ଟଙ୍କା ଋଣ କରେଇ ତିନି ଲକ୍ଷ ଟଙ୍କା ପ୍ରତାପପୂର୍ ଗ୍ରାମ ପଞ୍ଚାୟତ ର ଏମ.ବି.କେ- ସ୍ଵର୍ଣ୍ଣମୟୀ ସାହୁ ଦୋଲାଲ୍ ସାହାଯ୍ୟରେ ମାଁ ଡକୋରି ସ୍ବୟଂ ସହାୟିକା ଗୋଷ୍ଠୀ କୁ ଚକମା ଦେଇ ତିନି ଲକ୍ଷ୍ୟ ଟଙ୍କା ହଡ଼ପ କରି ନେଇଥିବା । ଅଭିଯୋଗ ହୋଇଛି । ଆସନ୍ତୁ ମାଁ ଡୋକରୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ସିଧସଳଖ ପ୍ରତିକ୍ରିୟା ନେବା । ମାଁ ଡୋକରି ସ୍ବୟଂ ସହାୟିକା ଗୋଷ୍ଠୀ ର ମେମ୍ବର୍ ମାନଙ୍କୁ ଏମ. ବି.କେ. ସ୍ୱର୍ଣ୍ଣ ମୟି ସାହୁ ଚାରି ଲକ୍ଷ୍ୟ ଟଙ୍କା ର ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆସିଛି ଋଣ ଉଠାଇ ଆଣ ଆଉ ପଇସା ସବୁ ଛାଡ ହେଇଯିବ । ଆଉ ସେହି ଚାରି ଲକ୍ଷ ଭିତରୁ ତିନି ଲକ୍ଷ୍ୟ ଟଙ୍କା ଆମ ପବିତ୍ର ଭାଇ କୁ ଦେଇ ଦିଅ ଆଉ ଏକ ଲକ୍ଷ୍ୟ ଟଙ୍କା ତମେ ଗୋଷ୍ଠୀ ର ସମସ୍ତ ମେମ୍ବର ବାଣ୍ଟି ନିଅ। ଏହି ପଇସା ସବୁ ଛାଡ ହେଇ ଯିବ ପଇସା ବାନ୍ଧିବାକୁ ପଡ଼ିବନି ବଳି ଏମ. ବି.କେ.- ସ୍ୱର୍ଣ୍ଣମୋୟୀ ସାହୁ ମାଁ ଡକରି ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଠକି ବୋକା ବୋନେଇ ତିନି ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଫଳରେ ଗୋଷ୍ଠୀ ର ମେମ୍ବର ସମସ୍ତେ ଫ୍ରୀ ପଇସା ମୋନେକରି ବ୍ୟାଙ୍କ କୁ ପଇସା ପୋଇଠ କରିନଥିଲେ । ହେଲ ମିଶନ୍ ଶକ୍ତି ର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଦଶ ହଜାର ଟଙ୍କା ଶାଡ଼ି କିଣିବା ପାଇଁ ମିଳିଥିବା ପଇସା ଉଠାଇବାକୁ ଯାଇ ବ୍ୟାଙ୍କ ଷ୍ଟେଟମେଣ୍ଟ ରୁ ଜାଣି ପାରିଲେ କି ଚାରି ଲକ୍ଷ ଟଙ୍କା ଋଣ ରହିଛି । ଋଣ ନେଇ ପଇସା ବାନ୍ଦି ନଥିବା ହେତୁ ଶାଡି ପଇସା ଉଠିଲା ନାହିଁ ଏବଂ ଗ୍ରୁପ ର ସମସ୍ତ ମେମ୍ବର ଘରକୁ ଫେରି ଆସି ଏମ ବି କେ ସ୍ୱର୍ଣ୍ଣମୋୟି ସାହୁ କୁ କହିଲେ ଆମ ପଇସା ସବୁ ଫ୍ରି ବଳି ତମେ ଆମ ଠାରୁ ତିନି ଲକ୍ଷ୍ୟ ଟଙ୍କା ଆଣିଥିବା ପଇସା ସବୁ ବ୍ୟାଙ୍କ୍ ରେ ବାନ୍ଧିବାକୁ ପଡ଼ିବ କାରଣ ଆମ ଖଟରେ ଋଣ ବଳି ଲେଖା ହେଇଛି । ଏଭଳି କହିବାରୁ ଏମ ବି କେ ଶ୍ୱର୍ଣ୍ଣମୋୟୀ ସାହୁ ମୋନକରିଦେଲେ ଆଉ ତମେ ସେହି ପଇସା ବାନ୍ଧିବାକୁ ପଡ଼ିବ ବୋଲି କହିଲେ ଫଳରେ ଗ୍ରୁପ୍ ର ଋଣ ପଇସା ଖାଇବ ଏମ ବି କେ- ସ୍ୱର୍ଣାମୋୟୀ ସାହୁ ଆଉ ଋଣ ପଇସା ସୁଝିବେ ମାଁ ଡୋକରି ସ୍ବୟଂ ସହାୟିକା ଗୋଷ୍ଠୀ ଏହି ଭଳି ଦୁର୍ନୀତି ର ଶିକାର ହୋଇଛନ୍ତି ବଳି ମାଁ ଡକୋରି ସ୍ୱୟଂ ସହାୟିକା ଗୋଷ୍ଠୀ କହିଛନ୍ତି । (ଗ୍ରୁପ୍ ପ୍ରତିକ୍ରିୟା) ବ୍ୟାଙ୍କ ଷ୍ଟେଟମେଣ୍ଟ ରୁ ଜଣାପଡିଛି କି ଋଣ ଉଠା ହେଇଛି ହେଲେ ଋଣ ପୋଇଠ ହେଇନି, ସ୍ଵୟଂସହାୟକ ଗୋଷ୍ଠୀ ଙ୍କ ପ୍ରତିକ୍ରିୟା ପରେ ଏମ୍. ବି. କେ. ସ୍ୱର୍ଣ୍ଣ ମୟୀ ସହୁ ଙ୍କ ସହ ଫାଷ୍ଟ ନିଉଜ ର ପ୍ରତିନିଧି ଙ୍କ ଫୋନ କଲ୍ ମାଧ୍ୟମରେ ଯୋଗାଯୋଗ ହେଇଥିଲା । (MBK call recorder) ଏମ.ବି.କେ ସ୍ଵର୍ଣ୍ଣମୟୀ ସାହୁ କୁ କିଭଳି ସହଯୋଗ କରି ଟଙ୍କା ହଡ଼ପ କରିବା ପଛରେ ଜୟପାଟଣା ବି.ଏଲ.ସି.- ମଳୟ ଦଳପତି ଙ୍କ ହାତ ନାହିଁ ତୋ ? ହେଲେ ପ୍ରତିକ୍ରିୟା ନେବାକୁ ମନା କରିଥିଲେ ବି ଏଲ ସି ମଳୟ କୁମାର ଦଳପତି । ଏବଂ ଏମ ବି କେ ର ସପକ୍ଷରେ କହିଥିଲେ । (BLC call recorder)

କଳାହାଣ୍ଡି ଜିଲ୍ଲା ରୁ ଉପେନ୍ଦ୍ର ନାଗ (ଜୟପାଟଣା ବି.ସି)ଙ୍କ ସହ ବାବୁଲି ହରିଜନ (କଳାହାଣ୍ଡି ଏ.ଡି.ସି)ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡିଶା ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ