ଇନ୍ଦ୍ରାବତୀ ପାଲିଟିବ ଜାତୀୟ ସ୍ତରର ବହୁମୁଖି ପର୍ଯ୍ୟଟନ ସ୍ଥଳ:ଟିମ୍ ପରିଦର୍ଶନ ଓ ପ୍ରସ୍ତୁତି ଆରମ୍ଭ

Aug 21, 2025 - 19:49
 0  119
ଇନ୍ଦ୍ରାବତୀ ପାଲିଟିବ ଜାତୀୟ ସ୍ତରର ବହୁମୁଖି ପର୍ଯ୍ୟଟନ ସ୍ଥଳ:ଟିମ୍ ପରିଦର୍ଶନ ଓ ପ୍ରସ୍ତୁତି ଆରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ) ତା: ୨୧୦.୮.୨୦୨୫ ରିଖ: ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଙ୍କ ସମେତ ଇନ୍ଦ୍ରାବତୀ ପର୍ଯ୍ୟଟନ କ୍ଷେତ୍ର କମିଟି ସମସ୍ତ ସଭ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ନେଇ ପ୍ରସ୍ତାବିତ ବହୁମୁଖି ପର୍ଯ୍ୟଟନ ସ୍ଥଳ କୁ ପରିଦର୍ଶନ କରିଥିଲେ ! ଉଲ୍ଲେଖ ଯୋଗ୍ୟ ଏହା ପୂର୍ବରୁ ସ୍ଵାଧୀନତା ଦିବସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଅଞ୍ଚଳ ଗସ୍ତ କରି ଏହାକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ରେ ପ୍ରସ୍ତୁତ କରିବା ପାଇଁ ଶୀଘ୍ର ଡି ପି ଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ ! ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଦେଓ ପାଲି ମୁଖ୍ୟବନ୍ଧ ନିକଟରେ ଜଳଭଣ୍ଡାର କୁ ଲାଗି ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ନେଇ ପ୍ରାୟ ୧୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି !ଜଳଭଣ୍ଡାର ପାର୍ଶ୍ୱ ରେ ପାର୍କ,ଜଳଭଣ୍ଡାର ମଧ୍ୟରେ ନୌ ବିହାର, ଆଇଲାଣ୍ଡ ରେ ମନ୍ଦିର ଓ ମିନି ପାର୍କ, ରୋପ ୱେ,ରେଷ୍ଟୁରାଣ୍ଟ,କେଫେ, ବୃକ୍ଷ ରୋପଣ,ବିଜୁଳି ବ୍ୟବସ୍ଥା,ଶୌଚାଳୟ,ରାସ୍ତା, ପର୍ଯ୍ୟଟକ ଙ୍କ ରହିବା ବ୍ୟବସ୍ଥା, ଜିମ୍, ଅନ୍ୟାନ୍ୟ ଆମୋଦ ପ୍ରମୋଦ ର ସୁବ୍ୟବସ୍ଥା କରିବାକୁ ପରିକଳ୍ପନା କରାଯାଇଛି ! ଏଥି ପାଇଁ ଡି ପି ଆର୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯିବ ! ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ ଇନ୍ଦ୍ରାବତୀ ଅଞ୍ଚଳରେ ଅନେକ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ସହ ଆତ୍ମନିଯୁକ୍ତି ,ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବ ! ବିଧାୟକ ଏବଂ ଜିଲ୍ଲାପାଳ ଙ୍କ କ୍ଷେତ୍ର ପରିଦର୍ଶନ ସମୟ ରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ଵଜିତ ବର୍ମନ୍, ଡି ଏଫ୍ ଓ ଶୁଭେନ୍ଦୁ ବେହେରା,ଏସ ଇ ( ଆର୍ ଏଣ୍ଡ ବି ) କ୍ଷୀରୋଦ କନ୍ଧପାନ,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ( ଇନ୍ଦ୍ରାବତୀ ଡ୍ୟାମ ସର୍କଲ ) ନରେଶ ପାତ୍ର,ନିର୍ବାହୀ ଯନ୍ତ୍ରୀ ( ମେକାନିକାଲ ) ଖାତୀଗୁଡ଼ା ନିରୋଜ ଲାହୁଡି, ପି ଏ,ଆଇ ଟି ଡି ଏ ରାଜୀବ ଲୋଚନ ସାହୁ,ନିର୍ବାହୀ ଯନ୍ତ୍ରୀ ଟି ପି ଏସ ଓ ଡି ଏଲ ସୁଶାନ୍ତ ଖଟେଇ,ବି ଡି ଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ, ଏସ ଇ ଆର୍ ଡବ୍ଲୁ ଏସ୍ ଏସ ପ୍ରତୀକ କୁମାର ରାଉତ ,ଡି ଡି , ଡି ପି ଏମ ୟୁ ଐ ଶ୍ୱର୍ୟ୍ଯ ଭଞ୍ଜ, ଡି ଟି ଓ ଘାଷିଆ ହରିଜନ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ