।। P W D ରାସ୍ତା ନିର୍ମାଣ ରେ ଜନତା ହନ୍ତ ସନ୍ତ ।।

କଳାହାଣ୍ଡି ତା:-୦୭/୦୮/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା )ରାଜ୍ୟସରକାର ସରକାର କର୍ମ ଚାରି ମାନଙ୍କୁ ଦିବା୧୦ଟା୩୦ମିନିଟ ସୁଦ୍ଧା ଅଫିସ କାମ ରେ ଯୋଗଦାନ କରିବାକୁ ଚିଠି କରିଥିବା ସତ୍ବେ ମଧ୍ୟ କେତେକ ଅସାଧୁ କର୍ମ ଚାରି ଦିନ ଦିନ ଧରି ଅଫିସ କୁ ଆସୁନାହାନ୍ତି। ମ, ରାମପୁର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ଦେଖିବାକୁ ମିଳୁଥିବାରୁ ଉନ୍ନତି ମୂଳ କାର୍ଯ୍ୟକ୍ରମ ବର୍ଷ ବର୍ଷ ଧରି ପଡ଼ି ରହିବା ଦେଖିବାକୁ ମିଳୁଥିବାରୁ ସାଧାରଣତ ଜନ ସାଧାରଣ ଅସୁବିଧା ସମୁକ୍ଷୀଣ ହେବାକୁ ପଡୁଛି।ଏହି ଦେଖନ୍ତୁ ମ, ରାମପୁର ର ପାଜିବାହିଳି ଠାରୁ ମହନଗିରି ଯାତାୟତ ରାସ୍ତା କାମ ? ମାନେକେରା ଠାରୁ ଉପରନୁଆ ଗାଁ ଯିବା ରାସ୍ତାରେ ତିନି ଗୋଟି ପୋଳ କାମ ଅଧାପନ୍ତରିଆ ନିର୍ମିତ ହୋଇଛି। ଜନସାଧାରଣ ଓ ଯାନ ବାହନ ଚଳାଚଳ ପାଇଁ ଏକ ବାଏ ପାସ୍ ରାସ୍ତା ନିର୍ମାଣ ନିମ୍ନ ମାନର ହୋଇଥିବାରୁ ଚଳିତବର୍ଷା ରେ ନ ଈ ରୁ ବର୍ଷା ପାଣି ଆଶି ରାସ୍ତା ଭାଙ୍ଗିବାରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତତ୍ ଦ୍ଵାରା ପରିଚାଳିତ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ଛାତ୍ର ଛାତ୍ରୀ ଶିକ୍ଷା ଲାଭ ରୁ ବଞ୍ଚିତ ହେଉଛନ୍ତି ଏବଂ ଆମ୍ବୁଲାନ୍ସ ସେବାରେ ଓ ବସ୍ ଯାତାୟତ ରେ, ରୋଗରେ ଆକ୍ରାନ୍ତ ଜନସାଧାରଣ ଚିକିତ୍ସା ଳୟ ଯିବା ରେ ବାଧକ ସାଜୁଛି। ବର୍ଷା ପାଣି ପଶି ଚାଷଜମି କ୍ଷତିଗ୍ରସ୍ତ ହୋଇଛି, ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ହେତୁ ବର୍ଷା ପୂର୍ବରୁ କାମ ସରିବା ପରିବର୍ତ୍ତନ ରେ ପୋଳ କାମ ଅଧାପନ୍ତରିଆ ନିର୍ମିତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ତଥା JEଙ୍କୁ ଜଣାଇଲେ ସୁଦ୍ଧା ଶୁଣିବାକୁ ଚାହୁଁ ନାହାନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ ଚଳାଇଛି।ଏଣୁ ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଯୁଦ୍ଧ କାଳୀନ ଭିତରେ ରାସ୍ତା କାମ ସମାପ୍ତ କରି ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ଓ ସରକାର ଙ୍କ ନିକଟରେ ଜଣାଇଛନ୍ତି।।
ମ ରାମପୁର ରୁ ବାରୁ ମାଝି ଙ୍କ ରିପୋଟ୍ ଫାଷ୍ଟ ନ୍ୟୁଜ୍ ଓଡିଶା
What's Your Reaction?






